ଜାଗା ମିଶନ ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ଜାଗା ମିଶନ ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ତାଳବଣିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ପୁରୀ ଜିଲ୍ଲା ସମେତ ୮ଟି ଜିଲ୍ଲାର ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ବିରୋଧୀ କିନ୍ତୁ କାଗଜପଟ୍ଟା ଏବଂ ବାସ୍ତବତାକୁ ଚ୍ୟାଲେଞ୍ଜ କରି ନିର୍ବାଚନୀ ଗନ୍ଧ ବାରିଛନ୍ତି ।

 ‘‘ଜାଗା ମିଶନ’’ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଝିକାର ରାଜ୍ୟର  ସରକାର ୮ଟି ଜିଲ୍ଲାର ୧୦ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ପ୍ରମାଣ ପତ୍ର ବା ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭୂମିହୀନଙ୍କୁ ଦେଇଛନ୍ତି ଜମି ପଟ୍ଟା ପୁରୀ ଜିଲ୍ଲାର ୨୨ଟି ବସ୍ତିର ୬ହଜାର ୫୦୦ ହିତାଧିକାରୀଙ୍କୁ ଜମି ପ୍ରମାଣ ପତ୍ର ଦିଆଯାଇଛି ।

ମେ ୭ ତାରିଖରେ ବ୍ରହ୍ମପୁରରୁ ଏହି ମିଶନ୍ ଆରମ୍ଭ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସେତେବେଳେ ୨ ହଜାର ବସ୍ତି ଲୋକଙ୍କୁ ଜମିପଟ୍ଟା ଦେଇଥିଲେ । ଦୁଇବର୍ଷରେ ୧୦ ଲକ୍ଷ ଲୋକଙ୍କୁ ଜମି ଅଧିକାର ଦେବେ ବୋଲି କହିଥିଲେ କିନ୍ତୁ ଆଜି ୧୦ ହଜାର ଲୋକଙ୍କୁ ଜମିପଟ୍ଟା ଦେଇ କହିଲେଣି, ୧୮ ଲକ୍ଷ ଲୋକଙ୍କୁ ମିଳିବ ଜମି ଅଧିକାର ରକାରଙ୍କ ଏଭଳି ସଂଖ୍ୟା ଖେଳ ଏବଂ କାଗଜ ପଟ୍ଟା ବନାମ ବାସ୍ତବତାକୁ ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀ । ଏହା ନିର୍ବାଚନୀ ଚାଲ୍ ବୋଲି କହୁଛନ୍ତି ।

ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା ବିଶ୍ବର ସର୍ବବୃହତ୍ ଯୋଜନା ବୋଲି କୁହାଯାଉଛି । ଏହି ଜାଗା ଉପରେ ହିତାଧିକାରୀମାନେ ଆବାସ ଯୋଜନାରେ ଘର, ପାଇପ ଜଳ, ରାସ୍ତା, ଏଲଇଡି ଲାଇଟ୍‌, ପାଇଖାନା ଆଦି ସୁବିଧା ସୁଯୋଗ ପାଇବେ ।