ଏସସିବି ହେବ ବିଶ୍ବ ସ୍ତରୀୟ : ସ୍ବତନ୍ତ୍ର ଟିମ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟିମରେ ୧୦ ଖ୍ୟାତନାମା ଡାକ୍ତର,୭ ପଦ୍ମ ପୁରସ୍କାର ପ୍ରାପ୍ତ ଡାକ୍ତର ସାମିଲ

ଭୁବନେଶ୍ବର : କଟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ । ଏହି ଯୋଜନାକୁ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଜଣ ଖ୍ୟାତନାମା ଡାକ୍ତରଙ୍କର ଏକ ଉପଦେଷ୍ଟା ଟିମ୍ ନିଯୁକ୍ତ କରିଛନ୍ତି । ଏହି ଟିମ୍ ରେ ଅଛନ୍ତି ୭ଜଣ ପଦ୍ମ ପୁରସ୍କାରପ୍ରାପ୍ତ ଡାକ୍ତର । ଏହି ଟିମରେ ଅଛନ୍ତି ବିଶିଷ୍ଟ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର ଡାକ୍ତର ମୁକୁଟ ମିଞ୍ଜ, ପ୍ରଫେସର ଡାକ୍ତର ଦିଗମ୍ବର ବେହେରା, ଡାକ୍ତର ରାଜନ ବାଦୁଏ, ଡାକ୍ତର ଜଗତ ନରୁଲା, ଡାକ୍ତର ଜିଏ.ଏନ୍ ରାଓ ଏବଂ ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାରଙ୍କ 5T ଯୋଜନାରେ ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ଘୋଷଣା କରିଥିଲେ ।