ଆଉ ୫ ଲକ୍ଷ ପାଇବେ ମଧୁବାବୁ ପେନସନ, ୪୦ ହଜାରଙ୍କୁ କଳାକାର ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାର ଆୁ ୫ ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯାଜନାରେ ସାମିଲ କରିଛନ୍ତି । ଏହା ସହ ୪୦ ହଜାର କଳାକାରଙ୍କୁ ଦିଆଯିବ କଳାକାର ସହାୟତା ରାଶି । ଏନେଇ ମଉ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ୧୫ ତାରିଖରୁ ନୂଆ ହିତାଧିକାରୀ ପେନସନ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନ୍‌ସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ମଧୁବାବୁ ପେନ୍‌ସନ୍ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା। ବର୍ତ୍ତମାନ ଏହି ଯୋଜନାରେ ୪୩ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି।
ସେହିପରି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ୪୦ ହଜାର କଳାକାରଙ୍କୁ ଚଳିତ ମାସ ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଗତ ଜାନୁଆରି ମାସରେ ଶ୍ରୀ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଘୋଷଣା କରିଥିଲେ। ଏଥିରେ ୫୦ ହଜାର ହିତା‌ଧିକାରୀଙ୍କୁ ସାମିଲ୍ କରାଯିବାରୁ ଲକ୍ଷ୍ୟ ରଖାଯାଇଥିଲା। ଏହି ସହାୟତା ପାଇଁ ଆବେଦନ ନିୟମାବଳୀରେ ପରିବର୍ତ୍ତନ କରାଯାଇ ଜିଲ୍ଲା ପ୍ରଶାସନକୁ ମଞ୍ଜୁରୀ କ୍ଷମତା ଦିଆଯାଇଥିଲା। ସହାୟତା ନିମନ୍ତେ ପୂର୍ବରୁ ପୁରୁଷ କଳାକାରଙ୍କ ବୟସ ୬୦ ଓ ମହିଳା କଳାକାରଙ୍କ ବୟସ ୫୦ ବର୍ଷ ଥିଲା ବେଳେ ଏବେ ଏହାକୁ ହ୍ରାସ କରାଯାଇ ଯଥାକ୍ରମେ ୫୦ ଓ ୪୦ ବର୍ଷ କରାଯାଇଛି।