ବାଜପେୟୀଙ୍କ ଶ୍ରଦ୍ଧାଞ୍ଚଳି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଚଳି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଟଳ ବିହାରୀ ବାଜପାୟୀଙ୍କ ଉଦ୍ଦେଶ୍ୟରେ ଆସନ୍ତାକାଲି ଅପରାହ୍ଣ ୫ଟାରେ ୟନିଟ-୩ ପଦର୍ଶନୀ ପଡିଆରେ  ହେବାକୁ ଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ପ୍ରାୟ ୨୦ମିନିଟ୍ ରହିବେ। ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଓ ବିଜେପି ଉପସଭାପତି ସମୀର ମହାନ୍ତି  ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ସର୍ବଦଳୀୟ ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ସୂଚନାଥାଉକି, ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବିଜେପି ପକ୍ଷରୁ ସବୁ ଦଳର ନେତୃବୃନ୍ଦ ଓ ବିଧାୟକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଏହି ପ୍ରାର୍ଥନା ସଭାକୁ ବିଜେଡି ଯିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା ।