ଝାରସୁଗୁଡା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର  : ଝାରସୁଗୁଡା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶେଇଛନ୍ତି ଯେ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଲୋକେ ଦାବି କରୁଛନ୍ତି । ତେଣୁ ଏହାକୁ ଏହି ନାମରେ ନାମିତ କରାଯାଉ। ବିମାନବନ୍ଦରର ନାମକରଣ ଏପରି କରାଗଲେ ବୀରେନ୍ଦ୍ର ସାଏଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ। କେନ୍ଦ୍ର ସରକାର ଆମ ପ୍ରସ୍ତାବକୁ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।