ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ

ଭୁବନେଶ୍ୱର :  ଦୁର୍ନୀତି ଅଭିଯୋଗରେ ଗିରଫ  ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ନେବା ଲାଗି ପଦକ୍ଷେପ ନିଆଯାଉ।  ଅଭୟଙ୍କ ବିରୋଧରେ ଏମିତି ଆକ୍ସନ ନେବା ଲାଗି କେନ୍ଦ୍ରକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଜିଲାନ୍ସ ଅଭୟଙ୍କୁ ଗିରଫ କରିଛି । ତାଙ୍କର  ଏପର୍ଯ୍ୟନ୍ତ ୨୦ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଜବତ ହେଲାଣି। ତେଣୁ ତାଙ୍କ ବିରୋଧରେ ଆକ୍ସନ ହେବା ଦରକାର ବୋଲି ସବୁବେଳେ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ରଖୁଥିବା ନବୀନ ଯୁକ୍ତି ବାଢିଛନ୍ତି ।

ଦୁର୍ନୀତି ବିରୋଧରେ ନବୀନଙ୍କ କଡା ଆଭିମୁଖ୍ୟ । ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି, ବେଆଇନ ସମ୍ପତ୍ତି ଠୁଳ, ଟାଟା ମୋଟର୍ସ ଚାକିରୀ ଠକେଇରେ ପୁଅ ଆକାଶ ସହ ସଂପୃକ୍ତ ରହିବା ଭଳି ଅନେକ ଅଭିଯୋଗ ଆସିଛି ଅଭୟ ପାଠକଙ୍କ ନାଁରେ। ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଅଭୟକାନ୍ତ ପାଠକ  । ସବୁବେଳେ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଇତିହାସରେ ନେଇଛନ୍ତି ପ୍ରଥମ ପଦକ୍ଷେପ। ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କୁ  ବାଧ୍ୟତାମୂଳକ ଅବସର ନେବା ଲାଗି ପଦକ୍ଷେପ ନେବା ପାଇଁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଛନ୍ତି ।  ଚିଠିରେ ନବୀନ ଦର୍ଶାଇଛନ୍ତି ଯେ ଅଭୟକାନ୍ତ ବ୍ୟାପକ ଦୁର୍ନୀତିରେ ଜଡ଼ିତ ଅଛନ୍ତି । ତାଙ୍କର ଏପର୍ଯ୍ୟନ୍ତ ୨୦ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଜବତ ହେଲାଣି। କେବଳ ଅଭୟ ନୁହଁନ୍ତି,  ସେ ଏବଂ ତାଙ୍କ ପୁଅ ମଧ୍ୟ ଦୁର୍ନୀତିରେ ଜଡ଼ିତ ଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଅଭୟ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରାଯାଇଛି। କିନ୍ତୁ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀକୁ ପ୍ରଶ୍ରୟ ଦେବା ମୁଡରେ ନାହାନ୍ତି ନବୀନ

ଦୁର୍ନୀତିରେ ଜଡିତ ଥିବା ଅନେକ ସରକାରୀ ଅଧିକାରୀ ଓ ଓଡିଶା ପ୍ରଶାସନିକ ସେବାର ଅଧିକାରୀଙ୍କ ଉପରେ ନବୀନଙ୍କ ଫାଇଭ -ଟି ଛାଟ ପଡିଛି । ପୂର୍ବରୁ ଅନେକ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର ଦେଇ ସାରିଛନ୍ତି । ତେବେ ସର୍ବଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିବା ପ୍ରଥମ ଘଟଣା । ପ୍ରଶାସନିକ ସେବାରେ ଥାଇ ଜଣେ ଅଧିକାରୀ କେବଳ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରି ନାହାନ୍ତି ଠକେଇରେ ସାମିଲ ହୋଇଛନ୍ତି  । ବେଆଇନ ଅର୍ଥରେ ମର୍ସିଡିଜ ଓ ବିଏମଡବ୍ଲୁ ଭଳି ଦାମୀ କାରରେ ବୁଲୁଥିଲେ। ଚାଟର ଫ୍ଲାଇଟରେ ମଉଜ କରୁଥିଲେ। ଏମିତିକି ବେଆଇନ ଅର୍ଥରେ ଉଭୟ ବାପ ଓ ପୁଅ ଘରୋଇ ସିକ୍ୟୁରିଟି ଗାର୍ଡ ଓ ବାଉନ୍ସର ରଖିଥିଲେ । ଏବେ ଭିଜିଲାନ୍ସ ହାତରେ ଗିରଫ ହୋଇ ଜେଲରେ ଅଛନ୍ତି ପାଠକ ବାପା ପୁଅ।  ଏବେ ଚାକିରରୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀ ସୁପାରିଶ କରି ନିଜ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଆହୁରି ଶକ୍ତ କରିଛନ୍ତି ।

odisha CM naveen patnaik Recomends Centre For Compulsory Retirement of Abhaykant