କାଳିଆ ଯୋଜନାର ଶୁଭରାମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସଚିବାଳୟରେ ମନ୍ତ୍ରୀ ଓ ବରିଷ୍ଠ ଅଧକାରୀଙ୍କ ଉପସ୍ଥିତିରେ ୧୦ ହଜାର କୋଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।
ଏହି ଯୋଜନା ଦ୍ବାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଫସଲ ସହାୟତା ବାବଦରେ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ବାବଦରେ ମିଳିବ ୧୨ ହଜାର ୫୦୦ ଟଙ୍କା। ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ପେନ୍ସନ୍ ଭଳି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ। କେବଳ ସେତିକି ନୁହେଁ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ ସରକାର।