ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ଏହି ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ମୋ ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଆଇନର ଶାସନ ସବୁ ବେଳେ ବଜାୟ ରଖିବାକୁ ଉଦ୍ୟମ କରିଛୁ । ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
ସେପଟେ ପରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ । ଖୋଦ୍ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓା ନୟାଗଡରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଜେଠଓାଙ୍କ ନେତୃତ୍ବରେ ଏକ ୭ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳେ ନୟାଗଡ ଏସପିଙ୍କ ସହ ଆଲୋଚନା କରି ପରିର ଗଳିତ ଶବ ମିଳିଥିବା ସ୍ଥାନକୁ ଗସ୍ତ କରିଛନ୍ତି । ଏହାସହ ପରୀର ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଖୁବ୍ ଶିଘ୍ର ଏହି ଘଟଣାର ପରଦା ଉଠିବ ବୋଲି କହିଛନ୍ତି ଏଡିଜି, କ୍ରାଇମବ୍ରାଞ୍ଚ । ଏ ଦିଗରେ ଗ୍ରାମବାସୀ କ୍ରାଇମବ୍ରାଞ୍ଚ ସବୁ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।
Odisha cm naveen patnaik declares sit investigation on nayagada pari death case