ଭୁବନେଶ୍ୱର : ବିଜେପିରୁ ହେଉ କି ପାଟକୁରା । ତିର୍ତ୍ତୋଲ ହେଉ କି ବାଲେଶ୍ୱର ସଦର । ସବୁବେଳେ ସବୁଠି ନବୀନଙ୍କ କ୍ରେଜ । ନବୀନଙ୍କ ଉପରେ ଲୋକଙ୍କ ଭରସା ଅତୁଟ ଅଛି । ଏକଥା ଥରେ ନୁହେଁ ବାର ବାର ପ୍ରାମାଣିତ ହେଉଛି । ଆଉ ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ ସବୁଥିରେ ବାଜିମାତ କରୁଛି ବିଜେଡି । ରାଜ୍ୟରେ ନବୀନ ଯେ, ଅଦ୍ୱିତୀୟ ଓ ଲୋକଙ୍କ ହୃଦୟରେ ଅଛନ୍ତି ଏକଥା ପୁଣି ଥରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି । ବିଜେଡି ଶକ୍ତି ଆଗରେ ଅନ୍ୟ ରାଜନୈତିକ ଦଳମାନେ ଢେର ଦୁର୍ବଳ ଏହାର ପୁଣି ଜଣାପଡିଛି ।
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଘୋଷଣା ଆଗରୁ ଆଗୁଆ ରଣନୀତି କରିଥିଲେ ବିରୋଧୀ । ବିଜେଡିକୁ ମାତ ଦେବାକୁ ବିଜେପି ଓ କଂଗ୍ରେସ ଆଗୁଆ ଅଙ୍କ କଷା ଆରମ୍ଭ କରିଥିଲେ । ଉଭୟ ଦଳ ନିଜ ନିଜର ପ୍ରାର୍ଥୀ ବି ଢେର ଆଗରୁ ଘୋଷଣା କରିବା ସହ ନିର୍ବାଚନ ମଣ୍ଡଳୀ ମୁହାଁ ହୋଇଥିଲେ । ବାଲେଶ୍ୱରେ ନିର୍ବାଚନ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଉପରେ ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଠୁ ଆରମ୍ଭ କରି ଦଳର ବହୁ ବରିଷ୍ଠ ନେତା ଓ ସାଂସଦ ପ୍ରଚାରରେ ଲାଗିଥିଲେ । ସେମିତି କଂଗ୍ରେସ ମିହିଳା ପ୍ରାର୍ଥୀଙ୍କୁ ଦେଇ ଢେର କମର କଷିଥିଲା ବାଲେଶ୍ୱରରେ । ସେମିତି ତିର୍ତ୍ତୋଲରେ ବି ବିଜେପି ଆଗୁଆ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜୟ ୍ଭିଯାନ ଆରମ୍ଭ କରିବ ବୋଲି ରଣନୀତି କରିଥିଲା । କଂଗ୍ରେସ ଢେର ପ୍ରସ୍ତୁତି କରି ପ୍ରାର୍ଥୀ ଦେଇଥିଲା । ହେଲେ ପଛରେ ମଉଦାନକୁ ଓହ୍ଲାଇଥିବା ବିଜେଡି ବଳ ଓ ରଣକୈଶଳ ଆଗରେ କାହାରି ଗେମପ୍ଲାନ କିଛି କାମ ଦେଲାନି । ଭୋଟ ଯେତିକା ପାଖେଇ ଆସିଲା ବିରୋଧୀ ସେତିକି ଶକ୍ତିହିନ ହେଲେ ।ବାଲେଶ୍ୱରରେ ନିଜ ଆସନକୁ ବି ବଞ୍ଚାଇ ପାରିନାହିଁ ବିଜେପି । ଦଳ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯିବ । ନବୀନଙ୍କ ରଣକୈଶଳ, କ୍ରେଜ ଓ ବିଜେଡି ଶକ୍ତି ଆଗରେ ହାର ମାନିଲେ ବିରୋଧୀ । ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଦୁଇଟି ଯାକ ସିଟରେ ବିଜେଡି ବିଜୟୀ ହେଲା । ବିଜେପୁର ହେଉ କି ପାଟକୁରା, । ଆଉ ଏବେ ବାଲେଶ୍ୱର-ତିର୍ତ୍ତୋଲ । ଉପନିର୍ବାଚନ ମାନେ ବିଜେଡି ଖାତାରେ ଆସନ । ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ରଣନୀତି ନା ଅତୀତରେ କାମ ଦେଇଥିଲା, ନା ଏବେ ଦେଇଛି । ରାଜ୍ୟ ସରକାରଙ୍କ ବିକାଶର ଚମକ ଆଗରେ ଫିକା ପଡିଯାଇଛି ବିରୋଧୀଙ୍କ ପ୍ଲାନ ।
odisha cm naveen patnaik crease rise in odisha politics