୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା:  ରାଜ୍ୟର ୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆଇଆଇଟି, ନାଇଜର, ଇଡକୋ ତଥା ଖୋର୍ଦ୍ଧା ଏବଂ ଜଟଣୀ ମ୍ୟୁନିସିପାଲିଟି ପାଇଁ ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୦୮ କୋଟି ବିନିଯୋଗ ହୋଇଛି । ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳର ନାଇଜର, ଇଡକୋ, ଆଇଆଇଟି ପାଇଁ ୧୮୨ କୋଟି ବ୍ୟୟ ମଞ୍ଜୁରୀ ହୋଇଛି ।