“କାଳିଆ” ଯୋଜନାର ହିତାଧୀକାରୀଙ୍କ ଛାତ୍ର ଛାତ୍ରୀଙ୍କୁ ମିଳିବ “କାଳିଆ ଛାତ୍ରବୃତ୍ତି”

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ୍‌ “କାଳିଆ”କୁ ଆହୁରି ବ୍ୟାପକ କରାଯାଇଛି ।କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି “କାଳିଆ ଛାତ୍ରବୃତ୍ତି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାଦ୍ବାରା “କାଳିଆ” ଯୋଜନା ହିତାଧିକାରୀଙ୍କ ପିଲାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଯୋଜନାର ଲାଭ ପାଇପାରିବେ

“କାଳିଆ” ଯୋଜନାର ବିସ୍ଥାରିତ ସଂସ୍କରଣ । କେବଳ ଚାଷୀ ନୁହେଁ ବରଂ ସେମାନଙ୍କର ପୁଅ ଝିଅ ମଧ୍ୟ ପାଇବେ ଏହି ଯୋଜନାରେ ଫାଇଦା ।ଚାଷୀ ପୁଅ ଝିଅଙ୍କର ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର ।ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝରର ପଣ୍ଡାପଡ଼ାରେ ଆୟୋଜିତ ବିଶାଳ ସମାବେଶରେ “କାଳିଆ ଛାତ୍ରବୃତ୍ତି” ଯୋଜନାର ଶୁଭାରମ୍ଭ କରିଛନ୍ତି ।୨୦ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍ ମିଳିବ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୬୬ କୋଟି ଟଙ୍କାର ୧୭ଟି ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ।୨୧ କୋଟି ଟଙ୍କା ବ୍ୟୟରେ ୪୭ଟି ପ୍ରକଳ୍ପର ଶିଳାନ୍ୟାସ ହୋ|ଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୦୫୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।