ପ୍ରକାଶ ପାଇଲା ଯୁକ୍ତ ୨ ସପ୍ଲିମେଣ୍ଟାରି ପରୀକ୍ଷା ଫଳ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଯୁକ୍ତ ୨ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ପ୍ରକାଶ ପାଇଛି। ଯେଉଁମାନେ ଯୁକ୍ତ ୨ ସପ୍ଲିମେଣ୍ଟାରି ପରୀକ୍ଷା ଦେଇଥିଲେ ସେମାନେ ଏବେ ସେମାନଙ୍କ ଫଳାଫଳ ଅନ୍‌ଲାଇନରୁ ଦେଖିପାରିବେ।

ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ orissaresults.nic.in କିମ୍ବା chseodisha.nic.in. ସାଇଟ୍‌ରେ ଦେଖିପାରିବେ। ଗଣମାଧ୍ୟମ ରିପୋର୍ଟ ମୁତାବକ, ସମୁଦାୟ ୭୪.୮୪% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜୁଲାଇ ୧୮ରୁ ଜୁଲାଇ ୨୦ ଭିତରେ ସପ୍ଲିମେଣ୍ଟାରି ପରୀକ୍ଷା ହୋଇଥିଲା। ଯୁକ୍ତ ୨ କଳା ଛାତ୍ରଛାତ୍ରୀଙ୍କ ପାସ୍‌ ହାର ୮୨.୬% ହୋଇଥିବା ବେଳେ, ବିଜ୍ଞାନର ୬୭.୭%, ବାଣିଜ୍ୟର ୮୭.୩୭% ଓ ଧନ୍ଦାମୂଳକ ଶିକ୍ଷାର ପାସ୍‌ ହାର ୩୫.୭% ରହିଛି।

ପରୀକ୍ଷା ଫଳାଫଳ ଦେଖିବା ପାଇଁ orissaresults.nic.in କିମ୍ବା chseodisha.nic.in. ସାଇଟ୍‌କୁ ଯାଆନ୍ତୁ। ସେଠାରେ ନିଜର ରୋଲ୍‌ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ। ଡିସ୍‌ପ୍ଲେରେ ଆପଣଙ୍କ ଫଳାଫଳ ଦୃଶ୍ୟମାନ ହେବ।