ମିଳିଲା ଅନୁମତି : ଡିସେମ୍ବର ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର: ଚାକିରିରୁ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆସନ୍ତା ଡିସେମ୍ୱର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ସବୁଜ ସଙ୍କେତ । ଏ ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।   ୧୯ ଅଗଷ୍ଟ ୨୦୧୯ରେ ମୁଖ୍ୟ ଶାସନ ସଚିବ ଭାବେ ଅଭସ୍ଥାପିତ ହୋଇଥିଲେ ଶ୍ରୀ ତ୍ରିପାଠୀ।  ରାଜ୍ୟ ସରକାରଙ୍କ କରୋନା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ୧୯୮୬ ବ୍ୟାଚର ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା  ଉନ୍ନୟନ କମିଶନ ସୁରେଶ ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ।

odisha chief secretary ashit tripathi reterment on 31 st December 2020

odisha chief secretary ashit tripathi reterment on 31 st December 2020