ଭୁବନେଶ୍ୱର: କୋରୋନାର ମୁକାବିଲା ପାଇଁ ବିଦେଶରୁ ଫେରିଥିବା ଯାତ୍ରୀଙ୍କୁ କିଛି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସଚେତନତା ବାର୍ତା ଦେଇଛନ୍ତି ।
I appeal everyone coming from abroad to mandatorily register themselves through toll free number-104 or online portal https://t.co/dAGGzSp7jV within 24 hours of arrival, to prevent spread of #COVID19 in #Odisha.Self disclosure will help us in tracking and containing the pandemic. pic.twitter.com/j6tpC5IDTE
— Naveen Patnaik (@Naveen_Odisha) March 18, 2020
ବିଦେଶରୁ ଫେରିଥିବା ଯାତ୍ରୀମାନେ ଟୋଲଫ୍ରି ନମ୍ବର-୧୦୪ କିମ୍ବା ଅନଲାଇନ ପୋର୍ଟାଲ https://covid19.odisha.gov.in ରେ ନିଜର ଯାତ୍ରା ସମ୍ପର୍କିତ ସବିଶେଷ ତଥ୍ୟ ୨୪ ଘଂଟା ମଧ୍ୟରେ ଯୋଗୋଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ପକ୍ଷରୁ ତାଙ୍କ ପରିବାର ଲୋକେ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ସେହିପରି ବିଦେଶରୁ ଫେରି ନିଜ ଘରେ ୧୪ ଦିନ ରୁହନ୍ତୁ । କାହା ସହ ମିଳାମିଶା କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ତେବେ ଏଥିଲାଗି ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କାର ରାଶି ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ବୋଲି ମଧ୍ୟ ନବୀନ ଉଲ୍ଲେଖ କରିଛନ୍ତି ।