ସୁଜଳ ମିଶନର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ : ଏଣିକି ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି

ଭୁବନଶେ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନଶେ୍ୱର ଓ ପୁରୀରେ Drink from Tap Mission ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦଶେର ପ୍ରଥମ ରାଜ୍ୟ । ଏହାଦ୍ବାରା ଲୋକମାନେ ଉନ୍ନତ ଦଶେର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ୫-ଟି governanceରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷପେ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଭୁବନଶେ୍ବର ଓ ପୁରୀରୁ “Drink from Tap Mission-SUJAL” ଆରମ୍ଭ କରାଗଲା । ଏହାଦ୍ବାରା ଏହି ଦୁଇ ସହରର ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଲୋକ ଉପକାର ପାଇବେ। ଏହି “Drink from Tap Mission” ରାଜ୍ୟରେ ସବୁ ଅଞ୍ଚଳରେ phasewise କାର୍ଯ୍ୟକାରୀ କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦଶେ ମାନଙ୍କରେ ଲୋକମାନେ ସିଧା tapରୁ ପାଣି ପିଅନ୍ତି । ପାଣି ଗରମ କରିବା, filter କରିବା ବା aqua guard ଆଦି ମସେିନ୍‌ ଦରକାର ହୁଏ ନାହିଁ । କାରଣ ସମୋନେ ସିଧା tapରୁ ଭଲ ପିଇବା ପାଣି ପାଆନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୁଜଳ ଯୋଜନାର ପ୍ରାଥମିକ ର୍ପଯ୍ୟାୟରେ ରାଜଧାନୀ ଭୁବନଶେ୍ୱରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ତୃଷାରକାନ୍ତି ବହେରୋ ଓ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକଟେ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ହେଉଛି ଏକ ବଡ ର୍ପଯ୍ୟଟନ କନେ୍ଦ୍ର। ପ୍ରତିଦିନ ବହୁତ ର୍ପଯ୍ୟଟକ ଏଠାକୁ ଆସନ୍ତି । ସମୋନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତଣେୁ “Drink from Tap” ସୁବିଧା ଦ୍ୱାରା ପୁରୀରୁ ପ୍ଲାଷ୍ଟିକ ପ୍ରଦୂଷଣ ହ୍ରାସ ପାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।ଭୁବନଶେ୍ୱର ସହିତ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ଆମେ pipe waterର ସୁବିଧା ଦେଇପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦବୋ ଆମର ପ୍ରାଥମିକତା ।

ଦଶ ଲକ୍ଷରୁ ଅଧିକ population ଥିବା ସହର ମାନଙ୍କ ମଧ୍ୟ ରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷତେ୍ରରେ ଭୁବନଶେ୍ବର ଦଶେର ପ୍ରଥମ ସହର ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ urban areaର ସବୁ ଘରକୁ pipe water connection ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷତେ୍ରରେ ଓଡିଶା ଦଶେର ପ୍ରଥମ ରାଜ୍ୟ ହବେ । ଏହି ଅବସରରେ ସେ ରାଜ୍ୟର ଆଉ ୧୫ଟି ସହର ପାଇଁ “Drink from Tap Mission” ଘୋଷଣା କରିଥିଲେ। ଏହାଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ର୍ଖଚ୍ଚ ହବେ ବୋଲି ସେ କହିଥିଲେ।
ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯଭେଳି ଦକ୍ଷତାର ସହ ଦାୟିତ୍ବ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ସହେିପରି WATCO ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପ୍ରତାପ ଜନୋ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନତେୃତ୍ବ ଓ ପ୍ରରେଣା ଯୋଗୁ ଆଜି ଓଡିଶା “Drink from Tap Mission”ରେ ଦଶେର ପ୍ରଥମ ରାଜ୍ୟ ହୋଇପାରିଛି। ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷତେ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କନେ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦଶେରେ ପ୍ରଥମ । ଏହାଦ୍ବାରା ଅନକେ କ୍ଷତେ୍ରରେ ପରିର୍ବତ୍ତନର ଝଲକ ଦଖେିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନକେ କ୍ଷତେ୍ରରେ ବ୍ୟାପକ ପରିର୍ବତ୍ତନ ହୋଇପାରିବ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ Drink from Tap କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
Water Aid, United Kingdomର ମୁଖ୍ୟ କାର୍ଯ୍ୟନିର୍ବାହୀ Mr. Tim Wainwright କହିଲେ ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ । ଏଥିରୁ ସମଗ୍ର ବିଶ୍ବ ସମୁଦାୟକୁ ଶିଖିବାର ଅଛି। “Drink from Tap Mission”ରେ ଭାରତ, ବିଶଷେକରି ଓଡିଶା ଯଥଷେ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଓଡିଶାକୁ ଏହି କାର୍ଯ୍ୟକ୍ରମ ପାଇଁ UK Water Aid ସବୁପ୍ରକାର ସହାୟତା ଯୋଗାଇ ଦବେ ବୋଲି ସେ ପ୍ରତିଶୃତି ଦେଇଥିଲେ।

 

odisha chief minister naveen patnayak lunches tap drinking water scheme sujala