କୃଷି ଋଣ ଛାଡ କଲେନି ନବୀନ,ଚାଷୀଙ୍କ ପାଇଁ ଐତିହାସିକ ଘୋଷଣା କରି “କାଳିଆ” ଭରସାରେ ବିଜେଡି

ଭୁବନେଶ୍ୱର : କୃଷି ଋଣ ଛାଡ ଦାବିରେ ନେଇ କମ୍ପୁଛି ରାଜନୀତି । ଦିଲ୍ଲୀରୁ ପଲ୍ଲୀ ଯାଏ ଏହି ଚର୍ଚ୍ଚା ଲାଗି ରହିଛି । ତିନି ରାଜ୍ୟରେ କଂଗ୍ରେସ ସରକାର କରିବା ପରେ କୃଷି ୃଣ ଛାଡ କରିବା ଶାସକ ଦଳ ମାନଙ୍କ ଲାଗି ଅଡୁଆ ସୃଷ୍ଟି କରିଥିଲା । ରାଜନୀତିର ସବୁଠୁ ବଡ ଭୋଟ ବ୍ୟାଙ୍କ ( ଚାଷୀ ଭୋଟ ) ହାତେଇବାକୁ ରାଜନୈତିକ ଦଳ ଗୁଡିକ ଚାଷୀ ଋଣକୁ ପ୍ରସଙ୍ଗ କରିଥିଲେ । ରାଜ୍ୟରେ ବିଜେପି ଓ କଂଗ୍ରେସ ସରକାରକୁ ଆସିଲେ କୃଷି ଋଣ ଛାଡ କରିବାକୁ ଘୋଷଣା ବିଜେଡି ସରକାରଙ୍କୁ ଅଡୁଆରେ ପକାଇଥିଲେ । ତେବେ ଏସବୁକୁ ମାତ ଦେଇ ନବୀନ ନୂଆ ବାଟ କାଢିଛନ୍ତି । ଋଣ ଛାଡ ନୁହେଁ ଚାଷୀଙ୍କ ଲାଗି କାଳିଆ ସ୍କିମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀଙ୍କ ପାଇଁ ବଡ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ ନିଷ୍ପତ୍ତି ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଲାଗି ନବୀନ ଘୋଷଣା କରିଥିବା ସ୍କିମର ନାଁ ରହିଛି କାଳିଆ । କାଳିଆ ସ୍କିମରେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟର ୯୨ ପ୍ରତିଶତ ଚାଷୀ ଏହି ସ୍କିମରେ ଉପକୃତ ହେବେ ବୋଲି ସରକାରର ଯୁକ୍ତି ବାଢିଛନ୍ତି । ଖାସ କରି ୫ଟି ଦିଗ ଉପରେ ନଜର ଦେଇ ସରକାର ସ୍କିମ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କିମରେ ୩୨ ଲକ୍ଷ ଚାଷୀ ବେନିଫିଟ ପାଇବେ । ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା ଗୁଜୁରାଣ ମେଣ୍ଟାଇବାକୁ ଦେବେ ସରକାର । ବୟସ୍କ ଓ ଭୂମିହୀନ ଚାଷୀ ଏହି ଫାଇଦା ପାଇବେ । ୩୦ ଲକ୍ଷ ନାମମାତ୍ର ଚାଷୀଙ୍କୁ ଖରିଫ ଓ ରବି ଚାଷ ପାଇଁ ସହାୟତା ମିଳିବ । ପ୍ରକୃତ ଚାଷୀ ଏହି ସହାୟତା ପାଇବେ । ଚାଷୀ ଓ ଭୂମି ହିନ ଚାଷ ଶ୍ରମିକଙ୍କ ଲାଗି ୨ ଲକ୍ଷ ଟଙ୍କା ଜୀବନ ବୀମା ଓ ୨ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ସହାୟତା ମିଳିବ । ପଞ୍ଚାୟତ ସ୍ତତରେ ପ୍ରକୃତ ଚାଷୀ ଚିହ୍ନଟ କରାଯିବ । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବେ ସରକାର ।

ସେହିପରି କୃଷି ରଣ ଛାଡ ନକରି ସରକାର କାହିଁକି ଏହି ପ୍ୟାକେଜ ଘୋଷଣା କରିଛନ୍ତି ତାର ଯୁକ୍ତି ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । କହିଛନ୍ତି କୃଷି ଋଣ ଛାଡ କରିଥିଲେ ରାଜ୍ୟର ସବୁ ଚାଷୀ ଉପକୃତ ହୋଇ ନଥାନ୍ତେ । କାହିଁକିନା ରାଜ୍ୟରେ ମୋଟ ୩୨ ଲକ୍ଷ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଇଥାନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାନ୍ତି । ୧୨ ଲକ୍ଷ ଋଣ ନିଅନ୍ତି ନାହିଁ । ଯଦି ଋଣ ଛାଡ କରାଯାଇଥାନ୍ତା ସେଥଇରେ ସବୁ ଚାଷୀ ଲାଭ ପାଇ ନଥାନ୍ତି । ଚାଷୀଙ୍କ ପାଇଁ ବଡ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍୍ୟାବିନେଟ ନିଷ୍ପତ୍ତି ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଲାଗି ନବୀନ ଘୋଷଣା କରିଥିବା ସ୍କିମର ନାଁ ରହିଛି କାଳିଆ ।

କାଳିଆ ସ୍କିମରେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟର ୯୨ ପ୍ରତିଶତ ଚାଷୀ ଏହି ସ୍କିମରେ ଉପକୃତ ହେବେ ବୋଲି ସରକାରର ଯୁକ୍ତି ବାଢିଛନ୍ତି । ଖାସ କରି ୫ଟି ଦିଗ ଉପରେ ନଜର ଦେଇ ସରକାର ସ୍କିମ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କିମରେ ୩୨ ଲକ୍ଷ ଚାଷୀ ବେନିଫିଟ ପାଇବେ । ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା ଗୁଜୁରାଣ ମେଣ୍ଟାଇବାକୁ ଦେବେ ସରକାର । ବୟସ୍କ ଓ ଭୂମିହୀନ ଚାଷୀ ଏହି ଫାଇଦା ପାଇବେ । ୩୦ ଲକ୍ଷ ନାମମାତ୍ର ଚାଷୀଙ୍କୁ ଖରିଫ ଓ ରବି ଚାଷ ପାଇଁ ସହାୟତା ମିଳିବ । ପ୍ରକୃତ ଚାଷୀ ଏହି ସହାୟତା ପାଇବେ । ଚାଷୀ ଓ ଭୂମି ହିନ ଚାଷ ଶ୍ରମିକଙ୍କ ଲାଗି ୨ ଲକ୍ଷ ଟଙ୍କା ଜୀବନ ବୀମା ଓ ୨ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ସହାୟତା ମିଳିବ । ପଞ୍ଚାୟତ ସ୍ତତରେ ପ୍ରକୃତ ଚାଷୀ ଚିହ୍ନଟ କରାଯିବ । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବେ ସରକାର ।

ସେହିପରି କୃଷି ରଣ ଛାଡ ନକରି ସରକାର କାହିଁକି ଏହି ପ୍ୟାକେଜ ଘୋଷଣା କରିଛନ୍ତି ତାର ଯୁକ୍ତି ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । କହିଛନ୍ତି କୃଷି ଋଣ ଛାଡ କରିଥିଲେ ରାଜ୍ୟର ସବୁ ଚାଷୀ ଉପକୃତ ହୋଇ ନଥାନ୍ତେ । କାହିଁକିନା ରାଜ୍ୟରେ ମୋଟ ୩୨ ଲକ୍ଷ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଇଥାନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାନ୍ତି । ୧୨ ଲକ୍ଷ ଋଣ ନିଅନ୍ତି ନାହିଁ । ଯଦି ଋଣ ଛାଡ କରାଯାଇଥାନ୍ତା ସେଥଇରେ ସବୁ ଚାଷୀ ଲାଭ ପାଇ ନଥାନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିବା ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି । କାଳିଆ ଭରସାରେ ଚାଷୀ ବୈତରଣୀ ପାର ହେବା ପାଇଁ ନବୀନ ଯୋଜନା କରିଥିବା କୁହାଯାଉଛି । ଏଥିସହ କୃଷିଋଣ ଛାଡ କରିଥିବା କଂଗ୍ରେସ ଓ ବିଭିନ୍ନ ପ୍ରତିଶୃତି ଦେଇ ପୂରଣ କରୁନଥିବା ବିଜେପିକୁ କଡା ସମାଲୋଚନା କରିଛନ୍ତି ।

କଂଗ୍ରେସ ଓ ବିଜେପି କୃଷିଋଣ ଛାଡ ନେଇ କରିଥିବା ଘୋଷଣାକୁ ସେ ସଫା ପ୍ରତ୍ୟାଖାନ କରିଥିଲେ । କୃଷିଋଣ ଛାଡ ଅପେକ୍ଷା କାଳିଆ ଯୋଜନାରେ ଅଧିକ ଲାଭ ଦାୟକ ବ୍ୟବସ୍ଥା ଚାଷୀଙ୍କ ପାଇଁ କରାଯାଇଛି । ଯେଉଁଥିରେ ୯୨ ପ୍ରତିଶତ ବିଭିନ୍ନ ଶ୍ରେଣୀର ଚାଷୀ ଉପକୃତ ହେବେ । କୃଷିଋଣ ଛାଡରେ ନିଦ୍ଦିଷ୍ଟ ଚାଷୀ ସୁବିଧା ପାଇବେ । ଭାଗ ଚାଷୀମାନେ ଏଥିରେ ଉପକୃତ ହୋଇପାରିବେ ନାହିଁ । କଂଗ୍ରେସ ଛାଡ କରିବା ନେଇ ଘୋଷଣା କରିଥିବା ସଂପର୍କରେ କହିଛନ୍ତି ଅତୀତରେ କଂଗ୍ରେସ ଶାସନରେ ରାଜ୍ୟର ଆର୍ଥିକ ସ୍ଥିତି କିପରି ଶୋଚନୀୟ ହୋଇପଡିଥିଲା ତାହା ସମସ୍ତେ ଜାଣନ୍ତି । ୧୯୯୫ରେ ଶାସନକୁ ଆସି ୧୯୯୯ ମସିହାରେ ଛାଡିଲା ବେଳେ ରାଜ୍ୟ ଟ୍ରେଜେରୀକୁ ଦେବାଳିଆ କରିଥିଲେ । ଦରମା ଦେବାକୁ ପଇସା ନଥିଲା । କୌଣସି ଭିତ୍ତିଭୂମି କାର୍ଯ୍ୟକ୍ରମ ହୋଇପାରୁନଥିଲା । କଭଳି ସ୍ଥିତିରେ ରାଜ୍ୟ ପହଁଞ୍ଚିଥିଲା ତାହା ସମସ୍ତଙ୍କୁ ଜଣା । ସେହିପରି ବିଜେପି ଯେଉଁ ଋଣଛାଡ କରିବ ବୋଲି କହୁଛି ୨୦୧୪ ନିର୍ବାଚନରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଥିଲା । ଏହାର ଅବସ୍ଥା ଏବେ କଣ ତାହା କାହାକୁ ଅଛପା ନାହିଁ ।