ମେକ୍ ଇନ ଓଡ଼ିଶା କନକ୍ଲେଭ୍ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ମେକ୍ ଇନ ଓଡ଼ିଶା କନ୍କ୍ଲେଭ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। ଏଥିରେ ମୁକେଶ ଅମ୍ବାନି, ଅନୀଲ ଅଗ୍ରୱାଲାଙ୍କ, ଏନ ଚନ୍ଦ୍ରଶେଖରନଙ୍କ ଭଳି ବିଜ୍ନେସ ଟାଏକୁନ ଯୋଗ ଦେଉଥିବାରୁ ଏଥିରୁ ଓଡ଼ିଶାରେ ପୁଂଜି ବିନିଯୋଗ ବାବଦରେ ଅନେକ କିଛି ଆଶା କରାଯାଉଛି।

ଭୁବନେଶ୍ବରରେ ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ଓଡ଼ିଶାରେ ପୁଞ୍ଜି ବିନିଯୋଗର ପରିବେଶ ବାବଦରେ ୮ଶହ ପ୍ରତିନିଧିଙ୍କୁ ବୁଝାଇବେ ସରକାର। ୫ଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭର ଫୋକସରେ ରହିଛି ରାଜ୍ୟ ସରକାର ଓଡିଶାରେ ପୁଂଜି ବିନିଯୋଗର ପର‌୍ୟ୍ୟାପ୍ତ ସୁଯୋଗ ବାବଦରେ ଜଣାଇବେ। ଯାହା ଉପରେ ଉତ୍ସବର ଉଦ୍ଘାଟନୀ ସମୟରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମେକ୍ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ମେକ୍ ଇନ୍ ଓଡ଼ିଶା ଆପ୍ସ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ବିଜନେସ୍ ଟୁ ବିଜନେସ୍ ସେଗମେଣ୍ଟରେ କୌଣସି ବି ଉଦ୍ୟୋଗୀ ରେଜିଷ୍ଟ୍ରେସନ କରି ବଡ଼ବଡ଼ କମ୍ପାନୀ ଅଧିକାରୀ, ଏକ୍ସପର୍ଟମାନଙ୍କ ସହ ବିଜନେସ୍ ଟୁ ବିଜନେସ୍ ଆଲୋଚନା କରିପାରିବେ ।..
ଏଥର ମେକ ଇନ ଓଡ଼ିଶା କନ୍କ୍ଲେଭରେ ଯୋଗ ଦେଉଛନ୍ତି ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନି । ଭାରତ ସବୁଠାରୁ ବଡ଼ ଶିଳ୍ପଗ୍ରୁପ୍, ଶହେ କୋଟି ଡଲାରର ବ୍ୟବସାୟ ସାମ୍ରାଜ୍ୟର ଅଧ୍ୟକ୍ଷ ମୁକେଶ ଅମ୍ବାନି ଓଡ଼ିଶାରେ ଏକ ନୂଆ ଶିଳ୍ପ ସମ୍ଭାବନାରେ ପୁଂଜି ବିନିଯୋଗ କରିବା ସମ୍ଭାବନା ରହିଛି।
ସେହିପରି ପୂର୍ବରୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିସାରିଥିବା ବେଦାନ୍ତ ଏବଂ ଟାଟା ଗ୍ରୁପ୍ ସେମାନଙ୍କ ବ୍ୟବସାୟକୁ କିଭଳି ଅଧିକ ସଂପ୍ରସାରିତ କରିପାରିବେ ସେନେଇ ମଧ୍ୟ ମେକ୍ ଇନ୍ ଓଡିଶା ଏକ ନୂଆ ସୁଯୋଗ ଦେବ। ଏହା ବାଦ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିବା ଶତାଧିକ ନୂଆ ପୁରୁଣା ଶିଳ୍ପ ପତି ଏଠାକୁ ଆସୁଛନ୍ତି। ଏଥର କନକ୍ଲେଭରେ ମେଟାଲ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରୀକୁ ଫୋକସ କରାଯାଇଥିବାରୁ ଏହା ସ୍ଥାନୀୟ ଏମ୍ଏସଏମଇ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ ।

ଆସନ୍ତାକାଲି ହେବାକୁ ଥିବା ପ୍ଲେନାରୀ ସେସନରେ ସରକାର ଏବଂ ବଡ଼ବଡ଼ ଶିଳ୍ପ ସଂସ୍ଥା କଣସବୁ ପ୍ରସ୍ତାବ ଘୋଷଣା କରୁଛନ୍ତି ତା ଉପରେ ନଜର ରହିଛି ।..