ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହୋଇ ସେମାନଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆଜି ସନ୍ଧାରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ କାମ ବୁଲି ଦେଖି ନାହାନ୍ତି କାମର ଅଗ୍ରଗତି ସମୀକ୍ଷା କରିବା ସହ ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିର ସାନ୍ନା ଓ କଡରେ ଠିଆ ହୋିଥିବା ସେବାୟତଙ୍କୁ ଦେଖି ସେମାନଙ୍କ ସାମ୍ନାକୁ ଚାଲି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ସହ କିଛି ସମୟ କଥା ବି ହୋଇଥିଲେ ନବୀନ । ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ସେବାୟତଙ୍କ ସହ ଆଲୋଚନା ବେଳେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ଆଲୋଚନାରେ ଲିଙ୍ଗରାଜ ମନ୍ଦିର ନେଇ ସ୍ବତନ୍ତ୍ର ଆଇନ ଆଣିବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଉ ନବୀନ ସେମାନଙ୍କୁ ଉତ୍ତର ଦେଇ କହିଥିଲେ, ‘‘କରିବିଃ କରିବି, ପକ୍କା ଆଇନ କରିବି ।’’ ଏଥିସହ ସେବାୟତମାନେ ପୁରୁଣା ଭୁବନେଶ୍ବର ଅଂଚଳରେ ନବୀନଙ୍କ ଶାସନ କାଳରେ ବହୁବିଧ ଉନ୍ନତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଜାଗା ଦେଇଥିବାରୁ ପୁରୁଣା ଭୁବନଶ୍ବରବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଭୁଲି ନ ଥିଲେ ନବୀନ।

Odisha chief minister naveen patnaik speaks to lingaraj temple servitor

Odisha chief minister naveen patnaik speaks to lingaraj temple servitor