ମରୁଡି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଚାଷ ଜମିର ୩୩ ପ୍ରତିଶତ ଅଥବା ଏହା ଠାରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ମିଳିବ। ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ ଟଙ୍କା କ୍ଷତିପୂରଣ ମିଳିବ। ସେହିପରି ନିଶ୍ଚିତ ଜଳସେଚିତ ଜମିକୁ ୧୩ ହଜାର ୫୦୦ ଟଙ୍କା କ୍ଷତିପୂରଣ ମିଳିବ। ବର୍ଷବ୍ୟାପୀ ଫସଲ ନିମନ୍ତେ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। ଚାଷୀମାନଙ୍କୁ ୧ ଲକ୍ଷ ଡାଲି ମିନିଟିକ୍‌, ୩୦ ହଜାର ତୈଳବୀଜ ମିନିଟିକ୍‌ ମିଳିବ। ବର୍ଷ ୨୦୧୮ର ସ୍ୱଳ୍ପଅବଧି ଖରିଫ ଋଣ ମଧ୍ୟମ ଅବଧି ଋଣ ହେବ। ଖରିଫରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ କୃଷି ଋଣ ଦିଆଯିବ।

ମରୁଡ଼ି ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ଓ ଟ୍ୟୁସନ୍‌ ଫି ଛାଡ଼ ହେବ। ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ ହେବ। ୩୩ ପ୍ରତିଶତ ଅଥବା ଅଧିକ ଫସଲହାନୀରେ ଖଜଣା, ଜଳକର ସଂପୂର୍ଣ୍ଣ ଛାଡ଼ ହେବ। ମନେରଗା ଅଧୀନରେ ଅତିରିକ୍ତ ୫୦ଟି ଶ୍ରମଦିବସ ସୃଷ୍ଟିକରାଯିବ।

ବୁଷ୍ଟି ପୃଷ୍ଠ ଓ ୍ଣଜଳସେଚିତ ଅଞ୍ଚଳ ପାଇଁ ସହାୟତା ଲାଗୁ ହେବ । ପ୍ରତିଚାଷୀଙ୍କୁ ଅତିବେଶୀରେ ଦୁଇ ହେକ୍ଟର କ୍ଷତି ଲାଗି ସହାୟତା ଦିଆଯିବ । କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ   ୨୦୧୮- ୧୯ ବର୍ଷ ପାଇଁ ୨୦ ହଜାର ପନିପରିବା ବିହନ କିଟ ।  ୨୦ ହଜାର ପରିବା ମିନି କିଟ । ୧୫ ହଜାର ରିହାତିରେ ୩୦ ହଜାର ପାଣି ପମ୍ପସେଟ ତେବେ ସରକାର । ୬ ଶହ ଟଙ୍କା ରିହାତିରେ ହସ୍ତ ଚାଳିତ ସିଞ୍ଚନ ଯନ୍ତ୍ର ମିଳିବ ।ହଜାରେ ଟି ପାଣିପମ୍ପ ଚାଷୀଙ୍କୁ ଯୋଗାଇଦେବେ ସରକାର ।