ଭୁବନେଶ୍ଵର : କଳାହାଣ୍ଡି-ଜାରିଙ୍ଗ ମେଡିକାଲ କଲେଜ ପାଇଁ ସରକାର ସହ ବେଦାନ୍ତ କରିଥିବା ଏମଓୟୁ ବାତିଲ ହୋଇଛି। ୨୦୧୮ ମସିହାରେ ଓଡ଼ିଶା ସରକାର ଓ ବେଦାନ୍ତ ମଧ୍ୟରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ବେଦାନ୍ତ ୧୦୦ କୋଟି ବିନିଯୋଗ ପାଇଁ ଚୁକ୍ତି କରିଥିଲା। ହେଲେ ଅର୍ଥ ପ୍ରଦାନ ବିଳମ୍ବ ଯୋଗୁଁ ସରକାର ବୁଧବାର ଚୁକ୍ତି ବାତିଲ କରିଛନ୍ତି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବେଦାନ୍ତ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୧୮ ମାର୍ଚ୍ଚ ୨୭ରେ ଏମ୍ଓୟୁ (ବୁଝାମଣାପତ୍ର ସ୍ବାକ୍ଷରିତ) ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଡିଏମ୍ଇଟିର ନିର୍ଦେଶକ ପ୍ରଫେସର ସୋନାମାଲି ବାଗ୍ ଓ ବେଦାନ୍ତ ପକ୍ଷରୁ କର୍ପୋରେଟ୍ ଷ୍ଟ୍ରାଟେଜି ନିର୍ଦେଶକ ରାହୁଲ ଶର୍ମା ଏହାକୁ ସ୍ୱାକ୍ଷର କରିଥିଲେ। ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରାଯିବାର ଯୋଜନା ଥିଲା। କଳାହାଣ୍ଡି ଓ ଆଖାପାଖ ଅଞ୍ଚଳରେ ହଜାର ହଜାର ଆଶାୟୀ ଶିକ୍ଷାର୍ଥୀଙ୍କ ସ୍ୱପ୍ନ ସାକାର ହେବା ସହିତ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ଵିତ ହୋଇପାରିବ ବୋଲି କୁହାଯାଉଥିଲା। ଏବେ ରାଜ୍ୟ ସରକାର ଏମ୍ଓୟୁକୁ ବାତିଲ କରି ଦେଇଥିବାରୁ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି।
odisha canceled mou for vedanta kalahandi medical collage