ରାଜ୍ୟ କ୍ୟାବିନେଟର ମୋହର : ସ୍ବତନ୍ତ୍ର ବିଭାଗ ହେବ ମିଶନ ଶକ୍ତି
୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ରେ ମୋହର
ଭୁବନେଶ୍ବର : ମିଶନ୍ ଶକ୍ତି ରାଜ୍ୟ ସରକାରଙ୍କର ଏକ ନୂଆ ବିଭାଗ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ରେ ମୋହର ବାଜିଥିବା ସୂଚନା ମିଳିଛି । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ର ମୋହର ବାଜିଛି । ରେମୁଣା ତହସିଲରେ ଏମ୍ସର ସାଟେଲାଇଟ୍ ପ୍ରକଳ୍ପ ତିଆରି ଉପରେ ମୋହର ବାଜିଛି । ଏହା ସହିତ ଏମ୍ସର ସାଟେଲାଇଟ୍ ସେଣ୍ଟରକୁ ୨୫ ଏକର ଜାଗା ଦେବା ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବାଲେଶ୍ବର ରେମୁଣାରେ ପ୍ରତିଷ୍ଠା ହେବ ଏହି ସାଟେଲାଇଟ୍ ସେଣ୍ଟର । ରାଜ୍ୟରେ ୧୦ଟି ମେଗା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ରେ ମଞ୍ଜୁରୀ । ୧୦ଟି ବ୍ଲକ୍ରେ କାର୍ଯ୍ୟକାରୀ ହେବ ମେଗା ଜଳଯୋଗାଣ ପ୍ରକଳ୍ପ ।
ଆଳି, ରାଜକନିକା, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଦା, ଜଟଣୀ, ଗଅଁଦିଆ, ଭୁବନ ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଜାରପୁର ବ୍ଲକରେ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି । ସେହିପରି ସମ୍ବଲପୁର ଜିଲ୍ଲାର ୨୬ ଟି ପଞ୍ଚାୟତ ଓ ଝାରସଗୁଡା ଜିଲ୍ଲାର ୨ଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଲାଗି ବ୍ୟୟବରାଦ ଉପରେ କ୍ୟାବିନେଟ ମୋହର ବାଜିଛି । ଓଡିଶା ବିହନ ନିଗମକୁ ଶହେ କୋଟି ଟଙ୍କାର କର୍ପସ ଫଣ୍ଡ ଦେବେ ସରକାର ।
odisha cabinet approve 16 major proposal