ସବୁ ଶସ୍ୟ ପାଇଁ  ଏମଏସପି ନେଇ ସ୍ବାମୀନାଥନ୍ କମିଟିର ସମସ୍ତ ସୁପାରିଶକୁ ଲାଗୁ କରିବାକୁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ 

ଭୁବନେଶ୍ୱର: ଚାଷୀ ଏବଂ କୃଷିକୁ ନେଇ ସମଗ୍ର ଦେଶରେ ଏକପ୍ରକାର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାର କୃଷିଙ୍କ ହିତ ସାଧନରେ କୃଷି ନୀତି ୨୦୨୦ ସମୃଦ୍ଧିକୁ ଦେଇଛନ୍ତି ମଞ୍ଜୁରୀ । ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ସର୍ବସମ୍ମତି କ୍ରମେ ରାଜ୍ୟ କ୍ୟାବିନେଟରେସଂକଳ୍ପ ପାରିତ ହୋଇଛି ପ୍ରସ୍ତାବ। ପ୍ରସ୍ତୁତ କରିଛନ୍ତି  ।  ଏହି ସଂକଳ୍ପରେ କୁହାଯାଇଛି, ଚାଷୀ ହେଉଛି ଆମ ଅର୍ଥନୀତିର ଆତ୍ମା ଓ ମୌଳିକ ଶକ୍ତି । ଚାଷୀର ଉନ୍ନତିରେ ହିଁ ଆମ ଦେଶ ଓ ସମାଜ ସମୃଦ୍ଧ ହୋଇଥାଏ । ତେଣୁ ଚାଷୀ ଓ ଚାଷ ପ୍ରତି ଅବହେଳା ଆତ୍ମଘାତୀ ସଦୃଶ ହୋଇଥାଏ । କୃଷକଙ୍କ ପାଇଁ ରାଜ୍ୟ ସରକାର ଏମଏସପି ଦେଢ ଗୁଣା ଦାବି କରିଛନ୍ତି । ସ୍ୱାମିନାଥନ କମିଶନ ଅନୁସାରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବଢାଇବାକୁ ଦାବି ରଖିଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠନ ହୋଇଥିବା ସରକାର ପ୍ରଥମରୁ ହିଁ କୃଷିକୁ ପ୍ରାଥମିକତା ଦେଇଆସିଛି ଓ ଚାଷୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଆସିଛି । ତା ସହିତ ଚାଷୀର ରୋଜଗାରକୁ ଦୁଇଗୁଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛି । ଆମର ନୂଆ କୃଷି ନୀତି-୨୦୨୦ ସମୃଦ୍ଧି ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଦ୍ରୁତ କୃଷି ଅଭିବୃଦ୍ଧି ଉପରେ ହିଁ କେନ୍ଦ୍ରୀତ ହୋଇଆସିଅଛି। ଚାଷକୁ ଲୋଭଜନକ କରିବା ଏବଂ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ ବୋଲି ସଂକଳ୍ପରେ କୁହାଯାଇଛି।

ସରକାର ସଂକଳ୍ପରେ କହିଛନ୍ତି, ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଅଛି । କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରୁଥିବା ବେଳେ କାଳିଆ ଯୋଜନା ପରି ଐତିହାସିକ ପଦକ୍ଷେପ ଗ୍ରହଣ କରି ସାରା ଭାରତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସେହିପରି ଆଦିବାସୀ ଅଞ୍ଚଳର ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆରମ୍ଭ ହୋଇଥିବା ମାଣ୍ଡିଆ ମିଶନ ରୋଜଗାର ବୃଦ୍ଧିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଥିବା ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । ନିକଟ ଅତୀତରେ ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୪୦ଟି ପଛୁଆ ବ୍ଲକ୍‌ରେ ଏଗ୍ରୀ କ୍ଲଚର ପ୍ରଡକ୍ସନ କମିଟି ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରିଛନ୍ତି । ତେଣୁ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କ ଆଯ ବୃଦ୍ଧିକୁ ଗୁରୁତ୍ୱ ଦେବାକୁ କହିଛନ୍ତି ସରକାର ।
ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରନ୍ତି । ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଡ.ଏମ୍.ଏମସ୍. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିସନ ସର୍ବନିମ୍ନ ସହାୟକ ମୂଲ୍ୟକୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ । ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କାବିନେଟ ତାର ଦାବିକୁ ପୁଣିଥରେ ଦୋହରାଉଛି।

Odisha cabinate resolution to execute all recommendation of ms swaminathan committee