ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା : କିଲୋମିଟର ପିଛା ୬ରୁ ୮ ପଇସା ବଢିଲା ଭଡା

କଟକ : ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ହୋଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।  ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ବସ୍ ଭଡା କିଲୋମିଟର ପିଛା ୬ ପଇସା ଓ ଏକ୍ସପ୍ରେସ ବସ୍ ଭଡା ୭ ପଇସା ବଢିଛି । ସାଧାରଣ ବସ୍ ଭଡା ୭୪ ପଇସାରୁ ୮୦କୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୭୭ ପଇସାରୁ ୮୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ୨ ପଇସା ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୮ ପଇସା ବୃଦ୍ଧି କରାଯାଇଛି। ଡିଲକ୍ସ ବସ୍ ଭଡା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ବୃଦ୍ଧି କରାଯାଇଛି । ସେହିପରି ସୁପର ପ୍ରିମିୟମ ବସ୍ ଭଡା ୨ ଟଙ୍କା ୧୭ ପଇସା ହୋଇଛି ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୨୦ ତାରିଖରେ ବସ୍ ଭଡା ବୃଦ୍ଧି କରାଯାଇଥିଲା। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ଡିସେମ୍ବର ୭ରେ ବସ୍ ଭଡା ବୃଦ୍ଧି କରାଯାଇଥିଲା। ସେହି ସମୟରେ ସାଧାରଣ ବସ୍ ଓ ଏକ୍ସପ୍ରେସ୍ ବସ ଭଡା ଏକ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା। ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା।

odisha bus fare again hike