ଭୁବନେଶ୍ବର: ଫେବୃଆରୀ ୧୮ରେ ରାଜ୍ୟ ବଜେଟ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୧୪ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ।
ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୨୪, ୨୫, ୨୬ ତିନି ଦିନ ଧରି ବଜେଟ ଉପରେ ଆଲୋଚନା ରହିଛି । ଏପ୍ରିଲ ୯ରେ ଅଧିବେଶନ ଶେଷ ହେବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।