ଭୁବନେଶ୍ବର: ଓଡ଼ିଶାରେ ଜନ୍ମିତ ବୈଜ୍ଞାନିକ ମନୋଜ ପ୍ରଧାନ ଏଚ୍ଏସ୍ଏଲ୍ ଲଣ୍ଡନ୍ ହ୍ୟୁମାନ ଇଣ୍ଟେଲିଜେନ୍ସ ପ୍ରେଜେକ୍ଟର ଗ୍ଳୋବାଲ ହେଡ୍ ରୂପେ ନିଯୁକ୍ତିି ପାଇଁ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।
ପୁରୀରେ ଜନ୍ମ ଗ୍ରହଣ କରିଥିବା ୪୦ ବର୍ଷ ବୟସ୍କ ମନୋଜ ପ୍ରଧାନ ତାଙ୍କର ଏକାଧିକ ଗବେଷଣାଲବ୍ଧ ପୁସ୍ତକ ପାଇଁ ସମଗ୍ର ବିଶ୍ବରେ ବେଶ ପରିଚିତି ଲାଭ କରିଛନ୍ତି। ତାଙ୍କର ଗବେଷଣାଲବ୍ଧ କୃତିଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ‘ଫୋର୍ େଷ୍ଟପ୍ ଥିଓରି’ ଯାହାକି ତାଙ୍କୁ ସମଗ୍ର ବିଶ୍ବରେ ପରିଚିତି ଆଣି ଦେଇଥିଲା। ପୂର୍ବରୁ ଶ୍ରୀ ପ୍ରଧାନ ୟୁନାଇଟେଡ୍ ଷ୍ଟେଟସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟସ୍ ଦ୍ବାରା ସମ୍ମାନିତ ହେବା ସହ ସମ୍ମାନଜନକ ସିନେଟ ପ୍ରାଇଜ୍ ଏବଂ ବାଇଜ୍ନାଥ ହାଲାନ୍ ସ୍ବର୍ଣ୍ଣ ପଦକ କରିଥିଲେ। ଚଳିତ ବର୍ଷ ଜାନୁ୍ଆରିରେ ଏଚ୍ଏସ୍ଏଲ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।