ଲକ୍ ଡାଉନ୍ ସମୟରେ ପିଲାଙ୍କ ପାଖରେ ପହଂଚିବ ପାଠ୍ୟପୁସ୍ତକ

ଭୁବନେଶ୍ୱର:  ଲକଡାଉନ ସମୟରେ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଂଚାଇବାକୁ  ନିଷ୍ପତି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଂଟିବା ନେଇ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଂଟାଯିବ । ସେ ନେଇ ଡିଇଓ ଓ ଡିପିସି ନିଷ୍ପତି ନେବେ ବୋଲି ଜଣାଯାଇଛି।

କରୋନାର ଗାଇଡ ଲାଇନ ଅନଯାୟୀ ସାମାଜିକ ଦୂରତା, ଓ ନିରାପଦରେ ବହି ବାଂଟିବାକୁ ନିର୍ଦେଶ ଦିଆଯାଇଛି । ଠିକ୍ ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା ହଟସ୍ପଟ ଅଂଚଳ ଓ କଂଟେନମେଂଟ ଜୋନରେ ବହି ବଂଟାଯିବନି । ସ୍ଥିତିକୁ ଦେଖି ସ୍କୁଲରେ ଅବା ଘରେ ଘରେ ବହି ପହଂଚାଇବାକୁ ନିର୍ଦେଶ ଦିଆଯାଇଛି । ଓସେପାର ପ୍ରକଳ୍ପ ସଂଯୋଜକ ଭୁପେନ୍ଦ୍ର ସିଂହ ପୁନିଆ ରାଜ୍ୟର ସମସ୍ତ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛନ୍ତି ।