କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ ?

ନୂଆ ବର୍ଷରେ ନୂଆ ନେତା

ଭୁବନେଶ୍ୱର : ନୂଆ ବର୍ଷରେ ହେବେ ନୂଆ ନେତା । ତେବେ କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ ? କାହା ମୁଣ୍ଡରେ ବନ୍ଧାହେବ ରାଜ୍ୟ ବିଜେପିର ସଭାପତି ସିରପା । ଏହାକୁ ନେଇ ଭୁବନେଶ୍ୱରୁ ଦିଲ୍ଲୀ, ଉପକୂଳରୁ ପଶ୍ଚିମ ଓଡିଶା ଯାଏ ଯୋର ଧରିଛି ଚର୍ଚ୍ଚା । ବିଜେପିର ସାଙ୍ଗଠନିକ ନିର୍ବାଚନ ଯେତିକି ଆଗକୁ ବଢୁଛି ସଭାପତି ରେସ ଚର୍ଚ୍ଚା ସେତିକି ଯୋର ହେଉଛି । ସଭାପତି ଦୈଡରେ ଉପକୂଳରୁ ଦୁଇ ନେତା ଓ ପଶ୍ଚିମ ଓଡିଶାର ଦୁଇ ନେତାଙ୍କ ନାଁ ସବୁଠୁ ଆଗରେ ରହିଛି । କଲାହାଣ୍ଡିରୁ ସାଂସଦ ଭାବେ ଜିତିଥିବା ଦଳର ବର୍ତ୍ତମାନର ସଭାପତିଙ୍କ ନାଁବି ପୁଣି ଥରେ ସଭାପତି ପଦବୀ ପାଇଁ ଶୁଣାଯାଉଛି । ବସନ୍ତଙ୍କୁ ଛାଡି ଉପକୂଳର ନେତା ତଥା ଦଳର ଉପସଭାପତି ସମୀର ମହାନ୍ତିଙ୍କ ନାଁ ସଭାପତି ରେସରେ ରହିଛି । ଗତ ଥର ସଭାପତି ପଦ ଲାଗି ସମୀରଙ୍କ ନାଁ ଚର୍ଚ୍ଚାରେ ଥିଲା । ଉପସଭାପତି ଥାଇ ସମୀର ନିର୍ବାଚନ ନଲଢି ଦଳର ସଙ୍ଗଠନ ସଜାଡିବା କାମ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱ ନେଇ ଦକ୍ଷତାର ଦେଖାଇଛନ୍ତି । ଏହା ସହ ନିର୍ବାଚନ ସମୟରେ ସେ ଦାୟୀତ୍ୱ ନେଇଥିବା ବାଲେଶ୍ୱର ଜିଲ୍ଲାରେ ଦଳ ଭଲ ପଦର୍ଶନ କରିଛି । ବାଲେଶ୍ୱର ସାଂସଦ ସିଟ ସହ ଜିଲ୍ଲାର ଦୁଇ ବିଧାୟକ ଓ ଏମପି ସେଗମେଣ୍ଟର ୩ ବିଧାୟକ ଜିତିଛନ୍ତି । ଏମିତିବି ଏବେ ଦଳର ଯେଉଁ ନିଷ୍ପତ୍ତି ହେଉଛି ସେଇ କୋରଟିମରେ ସମୀର ଥିବାରୁ ତାଙ୍କ ନାଁ ଅଧିକ ଶୁଣାଯାଉଛି । ଉପକୂଳ ଓଡିଶାର ଯୁବନେତା ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ବି ସଭାପତି ପଦ ରେସରେ ରହିଛି । ଚିଲିକା ବିଧାନସଭା ଆସନରୁ ସେ ଲଢି ପରାଜିତ ହୋଇଛନ୍ତି । ଦଳର ସାଙ୍ଗଠନିକ କାମରେ ସେ ବେଶ ଆଗରେ ଅଛନ୍ତି । ଯଦି ଦଳ ଜଣେ ଯୁବ ନେତାଙ୍କୁ ସଭାପତି ପଦରେ ବସାଇବାକୁ ଚିନ୍ତା କରେ ତେବେ ପୃଥ୍ୱୀରାଜଙ୍କ ନାଁ ବିଚାରକୁ ଆସିବ । ସେମିତି ଏଥର ନିର୍ବାଚନ ହାରିଥିବା ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ବି ସଭାପତି ପଦ ଲାଗି ଶୁଣିବାକୁ ମିଳୁଛି । ପଶ୍ଚିମ ଓଡିଶାର ସେ ଜଣେ ଟାଣୁଆ ନେତା । କେବଳ ପଶ୍ଚିମ ଓଡିଶା ନୁହେଁ ରାଜ୍ୟରେ ତାଙ୍କର ଲୋକପ୍ରିୟତା ରହିଛି । ପୂର୍ବରୁ ଦଳର ସଭାପତି ଭାବେ ସେ ଦାୟୀତ୍ୱ ନିର୍ବାହ କରିସାରିଛନ୍ତି । ତାଙ୍କ ସମୟରୁ ହିଁ ରାଜ୍ୟରେ ସଙ୍ଗଠନ ସଜଡା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଆଗକୁ ବଢିଛି । କେବଳ ସେତିକି ନୁହେଁ ବିଧାନସଭାରେ ବି ସେ ଦଳର ମାତ୍ର ୧୦ ବିଧାୟକଙ୍କୁ ନେଇ ବଜେପି ବିଧାୟକ ଦଳ ନେତା ଭାବେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇବା ସହ ନିଜର ଦକ୍ଷତା ଦେଖାଇଛନ୍ତି । ଏବେ ପଶ୍ଚିମ ଓଡିଶାର ୩୫ଟି ଆସନରୁ ୮ ବିଧାନସଭା ଆସନ ବିଜେପି କବ୍ଚାରେ ରହିଛି । ତେଣୁ ଏସବୁକୁ ଦେଖି ଦଳ କେଭିଙ୍କୁ ପୁଣି ଥରେ ସଭାପତି ପଦରେ ବସାଇ ତାଙ୍କର ଅନୁଭୁତି ଓ ଅଭିଗ୍ୟଂତାକୁ ଦଳକାମରେ ଲଗାଇପାରେ ବୋଲି କୁହାଯାଉଛି । ସେପଟେ ଦଳର ସାଙ୍ଗଠନିକ ନିର୍ବାଚନ ପକ୍ରିୟା ଆଗକୁ ବଢିିଛି । ୧୦୦୪ ମଣ୍ଡଳରୁ ପାଖା ପାଖି ୮ଶହ ମଣ୍ଡଳରେ ସଭାପତି ଚୟନ ସରିଛି ବିଜେପି । ଡିସେମ୍ବର ୯ରୁ ୧୧ ତାରିଖ ଭିତରେ ଦଳର ୩୬ ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ପକ୍ରିୟା ସାରିବାକୁ ଦଳ ଯୋଜନା କରିଛି । ଏହା ସହ ଡିସେମ୍ବର ତୃତୀୟ ସପ୍ତାହ ଆଡକୁ ରାଜ୍ୟ ସଭାପତି ନିର୍ବାଚନ ହେବା ନେଇ ରୂପରେଖ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି । ଓଡିଶା ବିଜେପିର ନିର୍ବାଚନ ଅନୁଧ୍ୟାନ ଲାଗି କେନ୍ତ୍ରୀୟ ବରିଷ୍ଠ ନେତା ରାଜୀପ ପ୍ରତାପ ରୁଡିି ଓନରେନ୍ଦ୍ର ସିଂହ ତୋମାରଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟୀତ୍ୱ ଦିଆଯାଇଛି । ତେବେ ରାଜ୍ୟ ବିଜେପି ସଭାପତିଙ୍କୁ ସହମତି ଭିତ୍ତିରେ ବାଛିବା ଉପରେ ଦଳ ଗୁରୁତ୍ୱ ଦେଉଛି । ତେବେ ଏସବି ପ୍ରକ୍ରିୟା ନୂଆ ବର୍ଷ ପୂର୍ବରୁ ସରିବ । ଆଉ ନୂଆ ବର୍ଷରେ ନୂଆ ନେତା ଧରିବେ ରାଜ୍ୟ ବିଜେପିର ମଙ୍ଗ । ଯାହାଙ୍କ କାନ୍ଧରେ ରହିବ ପୈରନିର୍ବାଚ ସଙ୍ଗଠନ ସଜାଡିବା ଭଳି ଗରୁ ଦାୟୀତ୍ୱ ।