ଆରମ୍ଭରୁ ଆଟାକ : ପ୍ରଥମ ଦିନରୁ ରାଜ୍ୟ ସରକାରଙ୍କୁ ଅଫିସରିଆ ଅନ୍ଦାଜରେ ହମଲା କଲେ ଅପରାଜିତା

ଭୁବନେଶ୍ୱର : ଆଇଏଏସ ଚାକିରି ଛାଡି ବିଜେପିରେ ପାଦ ଥାପିଥିବା ଅପରାଜିତା ଷଡଙ୍ଗୀଙ୍କୁ ନେଇ କେବଳ ରାଜନୀତିକ ମହଲରେ ନୁହେଁ ସାଧାରଣରେ ମଧ୍ୟ ତାଙ୍କୁ ନେଇ ଉତ୍ସୁକତା ଦେଖାଦେଇଛି । ୧୧ ବର୍ଷର ଚାକିରିକୁ ଛାଡି ରାଜନୀତିକୁ ଆସି କଣ ସେ କରିବେ । ହେଲେ ଆଗକୁ ରାଜନୀତିରେ ସେ ସମସ୍ତଙ୍କୁ ଚକିତ କରିଦେବେ ଏଭଳି ଏକ ଆଭାସ ଆଜି ତାଙ୍କ ରାଜନୀତିର ପ୍ରଥମ ଦିନରୁ ସୂଚନା ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାରଙ୍କ ନାଁ ନ ଧରି ବ୍ୟୁରୋକ୍ରାଟିକ ଷ୍ଟାଇଲରେ ଯେଉଁ ବକ୍ତବ୍ୟ ରଖିଲେ ସେଥିରୁ ଆନେକ କିଛି ବୁଝାପଡିଯାଉଛି । ରାଜ୍ୟରେ ଦୁର୍ନିତୀ, ଭ୍ରଷ୍ଟାଚାର ଓ ଲାଂଚ କାରବାର ବ୍ୟାପକ ଭାବରେ ଚାଲଥିିବା ସେ ଦର୍ଶାଇଛନ୍ତି । ନବୀନ ଦୀର୍ଘ ବର୍ଷ ଶାସନ କରିଥିଲେ ମଧ୍ୟ ଓଡିଶାକୁ ପ୍ରଗତି ପଥରେ ଆଗେଇ ନେବାରେ ସମର୍ଥ ହୋଇନାହାନ୍ତି । ଦାରିଦ୍ର‌୍ୟ୍ରେ ଭରି ରହିଛି ଓଡିଶା । ଏଭଳି ଅନେକ କିଛି ମନ୍ତବ୍ୟ ରଖି ନବୀନ ସରକାରଙ୍କୁ ବିକାଶ ବିରୋଧୀ ଓ ଅପାରଗ ଭାବରେ ଚିତ୍ରଣ କରିଛନ୍ତି ଅପରାଜିତା । ଏଥିସହ ରାଜନୈତିକ ପରକାଷ୍ଠା ଦେଖାଇ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ତାଙ୍କର ନାରା ଓ ଲକ୍ଷ୍ୟ ହେଉଛି “ଓ୍ବାନ କିଙ୍ଗ ଓ୍ବାନ ଡ୍ରିମ” ।

୨୭ରେ ଦିଲ୍ଲୀରେ ବିଜେପିରେ ଯୋଗ ଦେବା ପରେ ଅପରାଜିତା ୨୯ରେ ଓଡିଶା ଫେରିଥିଲେ । ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶନିବାର ଦଳୀୟ କାର‌୍ୟ୍ୟଳୟରେ ତାଙ୍କୁ ଦଳ ଭିତରକୁ ସ୍ୱାଗତ କରାଯାଇଥିଲା । ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥଲେ, ଆମ ରାଜ୍ୟକୁ କୌଣସି ରାଜନୈତିକ ଦଳ ଗୋଟିଏ ଅତ୍ୟନ୍ତ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାର କ୍ଷମତା ରଖୁଛି ସେ ହେଉଛି ବିଜେପି । ଭାରତୀୟ ଜନତା ପାର୍ଟିର ମୂଲ୍ୟ ବୋଧ ଓ ବିଚାରଧାରା ଓ ରାଷ୍ଟ୍ର ଗଠନର, ରାଷ୍ଟ୍ର ନିର୍ମାଣର ମୂଳଦୁଆ ଉପରେ ପର‌୍ୟ୍ୟବେସିତ । ଓଡିଶାର ଜନସାଧ।।ରଣଙ୍କ ସାମ୍ମନାରେ ପ୍ରତିଶୃତି ଦେଉଛି ଆଗାମୀ ଦିନରେ ମୁଁ ଯେଉଁଭଳି ଭାବରେ କାର‌୍ୟ୍ୟ ଭାରତୀୟ ପ୍ରଶାସନିକ ସେବାରେ ରହି କରିଛି ତାହା ଠାରୁ ଭଲ କାମ ରାଜନୀତି କ୍ଷେତ୍ରରେ କରିବି ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଆପଣମାନେ ଚିନ୍ତା କରନ୍ତୁ ଆମ ମାନଙ୍କ ଅବସ୍ତା କଣ ? ଜଣେ ଲୋକଭାବେ ୨୫ ବର୍ଷ ପାଖାପାଖି ଓଡିଶାର ରାଜନୀତିକୁ ବହୁ ପାଖରେ ଦେଖିଛି । ସେ ବ୍ୟକ୍ତି ହିସାବରେ ମୁଁ ଗୋଟିଏ କଥା କହିବି । ପରିବର୍ତ୍ତନର ସମୟ ଆସିଯାଇଛି । ୪୮୦ କିମି ଆମର ସାମୁଦ୍ରିକ ସୀମା ରେଖା ଏହି ରାଜ୍ୟକୁ ଗୋଟିଏ ଅଗ୍ରଣୀ ରପ୍ତାନୀ କରିବାରେ କ୍ଷମତା ରଖୁଛି । କିନ୍ତୁ ଆମେ ସମସ୍ତେ ଜାଣିଛୁ କେତେ ବର୍ଷ ଭିତରେ ଆମ ବିକାଶ ଆମ ପ୍ରଗତି ଗତିଚ୍ୟୁତ ହୋଇଛି । ଆପଣ ସମସ୍ତେ ଅନୁଭବ କରୁଥିବେ । ଆଇନଶୃଙ୍ଖଳା, ଦୁର୍ନୀତି, ଭ୍ରଷ୍ଟାଚାର, ପଛୁଆ ସ୍ଥିତି ଦେଖନ୍ତୁ । ଆମେ କାହିଁକି ପଛୁଆ ହୋଇ ରହିବା, ଆମେ କାହିଁକି ଦରିଦ୍ର ହୋଇ ରହିବା ? ଏ ସମ୍ପର୍କରେ ଆମ ପାଖରେ ବହୁ ତଥ୍ୟ ଅଛି ଅପେକ୍ଷା କରନ୍ତୁ । ଆଗାମୀ ଦିନରେ ଦେଖିବେ । ଏସବୁ ଉଠିବ । ସରକାରରେ କାମ କଲା ବେଳକୁ ବହୁ ଅନୁଭୂତି ରହିଛି । ରାଜ୍ୟମାନଙ୍କ ଭିତରେ ତୁଳନା ହେଉଥିଲା । ଏଥିରେ ଓଡିଶା ପଛୁଆ, ଗରୀବ, ଗୋଟେ ପ୍ରକାର ଖରାପ ରାଜ୍ୟ, ଆର୍ଥିକ ସ୍ଥିିତି ଖରାପ ବୋଲି ଦର୍ଶାଗଲା । ଆମ ଓଡିଶାର ଆତ୍ମ ସମ୍ମାନ କଥା ଆମର କାହିଁକି ଏତେ ଭ୍ରଷ୍ଟାଚାର ରହିବ । ମୁଁ ଦୁଇଦିନ ତଳେ ଦିଲ୍ଲୀରୁ ଭୁବନେଶ୍ୱରୁ ଆସୁଥିଲି । ମୋ ପାଖରେ ଜଣେ ଓଡିଆ ବନ୍ଧୁ ଆସିଥିଲେ । ମୋତେ ପରିଚୟ ଦେଇ ତାଙ୍କ ବ୍ୟାଗରୁ ଗୋଟେଏ କାଗଜ ମୋତେ ଦେଲେ ।

ସେଥିରେ ଲେଖାଥିଲା ଲାଂଚ ନ ଦେଲେ ହେଉନି ବିଲ ପାସ୍ । ବେତନିଟି ବ୍ଲକ, ମୟୁରଭଞ୍ଜରେ । ଏତେ ଲାଂଚ କାହିଁକି,ଏତେ ପର୍ସଟେଞ୍ଜ କାହିଁକି ? ଏକଥା ପ୍ରଧାନମନ୍ତ୍ରୀ ମଧ୍ୟ କହୁଥିଲେ । ମିଶନ ଶକ୍ତିର ମୁଁ ୪ ବର୍ଷ ଅଧିକାରୀ ଥିଲି । ସେତେବେଳେ ବି ପଇସା ଦିଆଯାଉଥିଲା ଏବେ ବି ପଇସା ଦିଆଯାଉଛି । ମାଆମାନଙ୍କ ପାଇଁ ଯଦି ସବୁଠାରୁ ଜରୁରୀ କିଛି ଅଛି ତାହା ହେଉଛି ଶୌଚାଳୟ । ଆପଣାନେ ବିସ୍ମିତ ହେବେ ସ୍ୱଚ୍ଛ ଭାରତ ଯୋଜନାରେ ୨୯ ରାଜ୍ୟରେ ମଧ୍ୟରୁ ଆମ ରାଜ୍ୟର ନମ୍ବର ହେଉଛି ୨୯ । କିପରି ଭାବରେ ସଶକ୍ତିକରଣ ହେବ । ଏହା ଅତ୍ୟନ୍ତ ଲଜ୍ଜ୍ୟଜନକ ସ୍ଥିତି ବୋଲି ଅପରାଜିତା କହିଛନ୍ତି ।
୧୧ ବର୍ଷର ଚାକିରି ଛାଡିକି ଆସିଛି ନିସ୍ୱାର୍ଥ ସେବା କରିବା ପାଇଁ । ଓଡିଶା ରାଜ୍ୟକୁ ଏକ ଆର୍ଦଶ ରାଜ୍ୟରେ ପରିଣତ କରିବା ପାଇଁ । କିନ୍ତୁ ଭାଇଉଣୀମାନେ ଜଗନ୍ନାଥଙ୍କ ରଥକୁ କେହି ଜଣେ ଟାଣେ ନାହିଁ ଆମ ସମସ୍ତଙ୍କୁ ମିଶି ଜଗନ୍ନାତଙ୍କ ରଥକୁ ଟାଣିବାକୁ ପଡିବ ।