ବିଜେଡିର ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ କେବଳ ନାଟକ : ବିଜେପି

ଭୁୁବନେଶ୍ୱର : ବିଜେଡି ସରକାର ପ୍ରଥମେ ଯୋଜନା କପି ପେଷ୍ଟ କରୁଥିଲେ । ଏବେ ରାଜନୈତିକ କାର୍ଯ୍ୟକ୍ରମ ଗୁଡିକୁ ବି କପି ପେଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଗତ ଦୁଇ ମାସ ତଳେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯାହାକୁ କପି ପେଷ୍ଟ କରି ବିଜେଡି ଏବେ ହକ ମାଗୁଛି ଓଡିଶା ଅଭିଯାନ ଆରମ୍ଭ କରୁଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଡିସେମ୍ବର ୨୫ ତାରିଖ ଦିନ ବରମୁଣ୍ଡା ପଡିଆରୁ ଓଡିଶାର ୧୪୭ ଟି ବିଧାନସଭା କ୍ଷେତ୍ରରେ ଯୁବକମାନେ କାହିଁକି ବେରୋଜଗାର, ଓଡିଶା ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ବାଧକ ସାଜୁଛନ୍ତି, ମହିଳାଙ୍କୁ ସମ୍ମାନ ନାହିଁ, ମହିଳାମାନେ ଅସୁରକ୍ଷିତ, ରାଜ୍ୟ ସରକାର ରାଜ୍ୟକୁ ଯେଉଁଭଳି ଭାବେ ବରବାଦ କରିଛନ୍ତି, ରାଜ୍ୟକୁ ବଦନାମ କରିଛନ୍ତି, ଦାନ ମାଝୀ କଥା ହେଉ ଏବଂ ଯେଉଁଭଳି କଟକ ବିଧାୟକଙ୍କ ପାକିସ୍ତାନ ଟିଭିରେ ତାଙ୍କର ସହୀଦ ଜବାନଙ୍କ ଦାଦାଙ୍କୁ ମାଡ ମାରିବା ଏହା ଓଡିଶାକୁ ଅପମାନ କରିଛନ୍ତି କରିଛି ଏହାର ଜବାବ ମଗାଯାଇଥିଲା । ଏଥିରେ ଭୟଭିତ ହୋଇ ବିଜେଡି ଏପରି କାର୍ଯ୍ୟକ୍ରମ କରୁଛି ।


 ନିଜର ଅପାରଗତା ଓ ସ୍ଥାଣୁତା, ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜୁ ଜନତା ଦଳ ଏପରି ଚେଷ୍ଟା ଚଲାଇଛି
 ଏହି ହକ୍ ମାଗିବା ଓଡିଶା କାର୍ଯ୍ୟକ୍ରମ କେବଳ ଏକ କପି ପେଷ୍ଟ କାର୍ଯ୍ୟକ୍ରମ


କେନ୍ଦ୍ର ସରକାର ଓଡିଶାକୁ ଗୁରୁତ୍ୱ ଦେଉଥିବା ବେଳେ କେନ୍ଦ୍ରୀୟ ଅବହେଳାର କୌଣସି ପ୍ରାସଙ୍ଗିକତା ନଥିବାରୁ ବିଜୁ ଜନତା ଦଳ କେବଳ ନାଟକ କରୁଛି । ନିଜର ଅପାରଗତା ଓ ସ୍ଥାଣୁତା , ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜୁ ଜନତା ଦଳ ଏପରି ଚେଷ୍ଟା ଚଲାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ହକ୍ ମାଗିବା ଓଡିଶା କାର୍ଯ୍ୟକ୍ରମ କେବଳ ଏକ କପି ପେଷ୍ଟ କାର୍ଯ୍ୟକ୍ରମ । ଏହାର ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
(ବିଜେପି ମିଡିଆ ସେଲ୍)