କୃଷି ଓ କୃଷକକଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ : ସମୀର ମହାନ୍ତି

ଭୂବନେଶ୍ୱର : ଆତ୍ମନିର୍ଭର ଭାରତର ଆଧାର ଆତ୍ମନିର୍ଭର କୃଷକ ହୁଅନ୍ତୁ, ଏଥିପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଆର୍ଥିକସଂପର୍ଣ୍ଣ ହେଲେ, କୃଷକ ଆତ୍ମନିର୍ଭରର ଜୀବନ ବଂଚିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର । ଯେଉଁମାନେ ସ୍ୱାଧୀନତାର ୭ ଦଶନ୍ଧିରେ ଚାଷୀ ଭାଇମାନଙ୍କ ସ୍ୱାର୍ଥକୁ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି, ସେମାନଙ୍କ କୁମ୍ଭୀର କାନ୍ଦଣାର ମୁଖା ଖୋଲିଯିବା ଓ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଭୟଭୀତ ହୋଇ ମୋଦିଙ୍କ କୃଷି ବିଲ୍‌କୁ ବିରୋଧ କରୁଛନ୍ତି । କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ଆଇନ୍‌କୁ ବିରୋଧ କରାଯାଉଛି । ଏହି ନୂତନ କୃଷି ଆଇନ ବଳରେ ଖୋଲା ବଜାରରେ ଚାଷୀ ନିଜତ୍ତଉତ୍ପାଦିତ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ନୁହେଁ, ବରଂ ସର୍ବାଧିକ ମୂଲ୍ୟରେ ବିକ୍ରି କରି ଲାଭାନ୍ୱିତ ହୋଇପାରିବ । ଏହି ଆଇନ୍‌ରେ ମଧ୍ୟସ୍ଥି ବା ଦଲାଲି ଉଚ୍ଛେଦ କରାଯାଇଛି । ତେଣୁ ଏହି ଆନ୍ଦୋଳନ ଦଲାଲ୍‌ମାନଙ୍କ ପ୍ରାୟୋଜିତ ଆନ୍ଦୋଳନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

 ଅସ୍ତିତ୍ୱ ବଜାୟ ରଖିବା ପାଇଁ ଭୟଭୀତ ହୋଇ ମୋଦିଙ୍କ କୃଷି ବିଲ୍‌କୁ ବିରୋଧ
 ରାଜ୍ୟର ୩୫୦୦ ମଣ୍ଡିରେ ଜାଗ୍ରତ ପ୍ରହରୀର ଭୂମିକା ନିଭାଇବ କୃଷକମୋର୍ଚ୍ଚା
 ମୋଦିଙ୍କୁ ଧନ୍ୟବାଦ ଦେବା ସହ ବିଭିନ୍ନ କୃଷିକଲ୍ୟାଣ ଯୋଜନାର ପୋଷ୍ଟରକୁ ଉନ୍ମୋଚନ କଲେ ରାଜ୍ୟ ସଭାପତି

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇମାନଙ୍କ ବିକାଶ ପାଇଁ ଯାହା କରାଯାଇପାରି ନଥିଲା, ମୋଦି ସରକାର ଗତ ୬ ବର୍ଷ ଶାସନରେ ତାଠାରୁ ଅଧିକ ଯୋଗଦାନ କରିଛନ୍ତି । ଚାଷୀମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀମାନଙ୍କୁ ଆର୍ଥିକ ସହାୟତା, ମୋଦି ସରକାର କୃଷକ ସଶକ୍ତିକରଣର ନୂଆ ଯୁଗ ଆରମ୍ଭ କରିଛନ୍ତି । ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ଓ ଚାଷୀଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ମୋଦି ସରକାର ନୂଆ ଅଧିନିୟମ ଆଣିଛନ୍ତି । ଚାଷୀଙ୍କ ପାଇଁ ଦୀର୍ଘ ଦଶନ୍ଧିରେ କିଛି କରିନଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନେ ଏକାଠି ହୋଇ ମୋଦିଙ୍କ କୃଷି ବିଲ୍ ପ୍ରସଙ୍ଗରେ ମିଥ୍ୟା ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ବିରୋଧୀ ଦଳମାନେ ନୂତନ କୃଷିଆଇନ୍‌ରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନାହିଁ ବୋଲି କହି ମିଥ୍ୟା ପ୍ରଚାର କରୁଛନ୍ତି । ଏମଏସପିର ମାନେ ‘ଗ୍ୟାରେଂଟେଡ ପ୍ରାଇସ’ ବୋଲି ଏହି ନୂତନ ବିଲ୍‌ର ୫ମ ଭାଗରେ ସ୍ପଷ୍ଟ ଉଲ୍ଲେଖ ଅଛି । ସେହିପରି ନୂତନ ଆଇନ ବଳରେ କୃଷକଙ୍କ ଜମି ଉପରେ ଶିଳ୍ପପତିମାନେ କବଜା କରିଦେବେ ବୋଲି ବିରୋଧୀମାନେ ଅପପ୍ରଚାର କରୁଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟା । ବରଂ ଏହି ନୂତନ ବିଲ୍‌ର ୮ମ ଭାଗରେ ଛାଷୀମାନଙ୍କ ଜମି ବିକ୍ରି, ଲିଜ୍ ବା ବନ୍ଧକ ଉପରେ ପ୍ରତିବନ୍ଧକର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

odisha bjp press meet-on farmer strike
କୃଷି ବିପଣନରେ ସଂସ୍କାର ଆଣିବା ପାଇଁ କଂଗ୍ରେସ-ଏନସିପି ଭଲି ରାଜନୈତିକ ଦଳମାନେ ଦୋହରା ମାପଦଣ୍ଡ ମନ୍ତବ୍ୟମାନ ଦେଇ ଆସୁଛନ୍ତି । ମାତ୍ର ମଧ୍ୟସ୍ଥି ଭାବରେ ଲାଭଖୋର ଓ ବହୁତ ବଡ ବଡ କୃଷକଙ୍କ ଚାପରେ ସାଧାରଣ ଗରୀବ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷାକାରୀ ଆଇନ ଆଣିବାରେ ବିଫଳ ହୋଇଥିଲେ । ମୋଦିଙ୍କୁ ବିରୋଧ କରୁଥିବା ଦଳଗୁଡିକ ଭାରତୀୟ କୃଷକଙ୍କ ଆର୍ଥିକ ସଶକ୍ତିକରଣର ବିରୋଧୀ । ଏହି ଦଳ ଗୁଡିକଙ୍କ ଆଧାରରେ ଚାଷୀଙ୍କ ବିକାଶର ଟ୍ରାକ୍ ରେକର୍ଡ ବହୁତ ଖରାପ । ଚାଷୀ ନୁହେଁ, ମିଡିଲ ମ୍ୟାନ ତଥା ଦଲାଲଙ୍କ ସ୍ୱାର୍ଥ ରକ୍ଷାରେ ବିରୋଧୀ ଦଳ ଏକାଠି ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସଏଲ ହେଲଥ କାର୍ଡ, କିଷାନ ମାନଧନ ଯୋଜନା ଓ କ୍ରେଡିଟ କାର୍ଡର ବିସ୍ତାର, ପ୍ରଧାନମନ୍ତ୍ରୀ ଫସଲ ବୀମା, ପିଏ୍ କିଷାନ ନିଧି ଯୋଜନା ଆଦି ମୋଦିଙ୍କ କୃଷକ କେନ୍ଦ୍ରୀକ ଯୋଜନାର ପ୍ରମାଣ । ୠଚଙ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ହୋଇପାରିବେ । ମଏସପି ମୋଦି ସରକାରରେ ସର୍ବାଧିକ ବୃଦ୍ଧି କରାଯାଇଛି । ୨୦୦୯ ମସିହାରେ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ମାତ୍ର ୯୫୦ ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ବୃଦ୍ଧି ହୋଇ ୧୩୧୦ ଟଙ୍କା ଏବଂ ୨୦୨୦-୨୧ ରେ ଏହା ୧୮୬୮ ଟଙ୍କାରେ ପହଂଚିଛି । ସେହିପରି ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦୯ ମସିହାରେ କ୍ୱିଂଟାଲ ପିଛା ମାତ୍ର ୧୦୮୦ ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ବୃଦ୍ଧି ପାଇ ୧୩୫୦ ଟଙ୍କା ଏବଂ ୨୦୨୦-୨୧ ରେ ଏହା ୧୯୨୫ ଟଙ୍କାରେ ପହଂଚିଛି ।
ରାଜ୍ୟ ସରକାରଙ୍କ ଉଦାସୀନତା ଓଡିଶାର ଚାଷୀକୁଳ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାର ଅଶେଷ ଅସୁବିଧା ସମ୍ପୁଖିନ ହେଉଛନ୍ତି । ୨୦୦୯-୧୦ ରୁ ୨୦୧୩-୧୪ ବର୍ଷ ଭିତରେ ୟୁପିଏ ଶାସନରେ ଓଡିଶାରୁ ମୋଟ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କ୍ରୟ ହୋଇଥିଲା । ଏହି ସମୟରେ ହାରାହରି ଧାନ କ୍ୱିଂଟାଲ ପିଛା ଏମଏସପି ଥିଲା ୧୧୬୦ ଟଙ୍କା । ମୋଦିଙ୍କ ଶାସନରେ ୨୦୧୪-୧୫ ରୁ ୨୦୧୯-୨୦ ବର୍ଷ ସୁଦ୍ଧା ରାଜ୍ୟରୁ ୨୨.୮୬ ମିଲିୟନ ମେଟ୍ରକ ଟନ ଧାନ କ୍ରୟ କରାଯାଇଛି ଏବଂ ଏହି ସମୟରେ ଧାନ କ୍ୱିଂଟାଲ ପିଛା ହାରାହାରି ଏମଏସପି ରହିଛି ୧୬୦୩.୨୮ ଟଙ୍କା । ଚଳିତ ୨୦୨୦-୨୧ ଆର୍ଥକ ବର୍ଷରେ ଧାନର ଏମଏସପି ୧୮୬୮ ଟଙ୍କାରେ ପହଂଚିଛି । ସେହିପରି ୨୦୦୯-୧୦ ରୁ ୨୦୧୩-୧୪ବର୍ଷ ମଧ୍ୟରେ ୟୁପିଏ ସରକାର ଓଡିଶାରୁ କିଲୋଟିଏ ବି ଡାଲି କିଣି ନଥିବାବେଳେ ଶେଷ ୫ ବର୍ଷରେ କେବଳ ୧୧୪୨.୨୭ ଟନ ତୈଳବୀଜ କିଣିଥିଲେ । ମାତ୍ର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗତ ୬ ବର୍ଷରେ ୨୦୨୭୨.୩୩ ଟନ ଡାଲି ଏବଂ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୧୨୯୫୭.୬୩ ଟନର ତୈଲବୀଜ କିଣାଯାଇଛି । ୨୦୧୪-୧୫ ରୁ ୨୦୨୦-୨୧ ମଧ୍ୟରେ ଡାଲି କ୍ୱଂଟାଲ ପିଛା ହାରାହାରି ଏମଏସପି ରହିଛି ୬୨୭୧ ଟଙ୍କା ଏବଂ ତୈଳବୀଜ କ୍ୱଂଟାଲ ପିଛା ୪୩୫୧.୮୮ ଟଙ୍କାରେ ପହଂଚିଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ।
ନିଜ ଅପାରଗତା ଲୁଚେଇବାକୁ ଏବଂ ଭୋଟ ସର୍ବସ୍ୱ ରାଜନୀତି କରିବା ପାଇଁ ଏଠି କିଛି ବନ୍ଧୁ ଏହାକୁ ବିରୋଧ କରୁଛନ୍ତି । ଓଡିଶାର ଚାଷୀ ଏହି ଆଇନ ଦ୍ୱାରା ସବୁଠୁ ଅଧିକ ଉପକୃତ ହେବେ । ଏହି ଅବସରରେ କୃଷକକଲ୍ୟାଣ ପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ଚାଷୀକଲ୍ୟାଣ ଯୋଜନାର ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟରେ ଥିବା ୩୫୦୦ରୁ ଉର୍ଦ୍ଧ୍ୱ ମଣ୍ଡିରେ ଜାଗ୍ରତ ପ୍ରହରୀର ଭୂମିକା ନିଭାଇ ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଶସ୍ୟର ବିକ୍ରିଠାରୁ ଆରମ୍ଭ କରି ସର୍ବାଧିକ ମୂଲ୍ୟ ପାଇବାରେ ସହୟତା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍‌)