ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ  କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି: ବିଜେପି

ଭୁବନେଶ୍ୱର : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି । ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି । ଯେବେ ଏଭଳି ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଉପରେ ସନ୍ଦେହ ଆସିବ ତେବେ ସଂପୃକ୍ତ ସଂସ୍ଥାର ପାରଦର୍ଶିତାକୁ ବଜାୟ ରଖିବା ପାଇଁ ସଫାଇ ପ୍ରକ୍ରିୟାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଯେଉଁ ସମୟରେ ସିବିଆଇର ଦୁଇ ଅଫିସରଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲାଗିଛି, ସେହି ସମୟରେ ସେଂଟ୍ରାଲ ଭଜିଲାନ୍ସ କମିଟି(ସିଭିସି)ର ଅନୁମୋଦନକ୍ରମେ ଯେଉଁ ଅଧିକାରୀଙ୍କ ତଦନ୍ତ ଚାଲିଥାଏ ସେ ପର୍ଯ୍ୟନ୍ତ ସଂପୃକ୍ତ ଅଧିକାରୀ ନିଜ ପଦରେ ରହିବା ଅନୁଚିତ୍ । ସିବିଆଇର ଏହି ଦୁଇ ଅଫିସରଙ୍କୁ ବହିଷ୍କୃତ କିମ୍ବା ବଦଳି କରାଯାଇନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସିବିଆଇ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ  ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ  କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି: ବିଜେପି 

 ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି
 ସିବିଆଇର ଏହି ଦୁଇ ଅଫିସରଙ୍କୁ ବହିଷ୍କୃତ କିମ୍ବା ବଦଳି କରାଯାଇନାହିଁ
 କେନ୍ଦ୍ର ସରକାର ଚାହୁଁଛନ୍ତି କି ଖୁବ୍ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁୁ ଆସୁ
 ଯେଉଁମାନଙ୍କ ବିରୁଦ୍ଧରେ ଯାଂଚ ପ୍ରକ୍ରିୟା ଚାଲିଛି ସେମାନେ କିପରି ଯାଂଚ ଏଜେନ୍ସି ଭିତରେ ରହିପାରିବେ?
 ସବୁ କାର୍ଯ୍ୟ ସଠିକ୍ ପ୍ରକ୍ରିୟା ଅନୁସାରେ ଚାଲୁ ବୋଲି କେନ୍ଦ୍ର ସରକାର ଚାହାଁନ୍ତି 

ତଦନ୍ତ ପ୍ରକ୍ରିୟାରେ ପଚରାଉଚରା ପାଇଁ ସମୟସୀମା ନିର୍ଦ୍ଧାରିଣ କରିବା ଏବଂ ତଦନ୍ତକୁ ତଦାରଖ କରିବା ପାଇଁ ସୁପ୍ରିମ କୋର୍ଟର ଏକ ଅବସରପ୍ରାପ୍ତ ଜଜ ନିଯୁକ୍ତି କରିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିରପେକ୍ଷତା ପ୍ରକ୍ରିୟାକୁ ଆହୁରି ମଜବୁତ କରୁଛି । ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କେନ୍ଦ୍ର ସରକାର ଚାହୁଁଛନ୍ତି କି ଖୁବ୍ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁୁ ଆସୁ । ଆମେ ଆଶା କରୁଛୁ କି ଖୁବ୍ ଶୀଘ୍ର ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ । ସୁପ୍ରିମକୋର୍ଟ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଯେଉଁ ତଦନ୍ତକାରୀ ସଂସ୍ଥା ଭ୍ରଷ୍ଟାଚାରର ତଦନ୍ତ କରେ ସେହି ସଂସ୍ଥାର ଯଦି ଦୁଇ ବଡ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସେ ତେବେ ଖୁବଶୀଘ୍ର ସଠିକ୍ ଏବଂ ନିରପେକ୍ଷ ତଦନ୍ତ ହେବା ନିହାତି ଆବଶ୍ୟକ । ଯେଉଁମାନଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଚାଲିଛି ସେମାନେ କିପରି ଏହି ତଦନ୍ତକାରୀ ସଂସ୍ଥା ଭିତରେ ରହି କାର୍ଯ୍ୟ କରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସବୁ କାର୍ଯ୍ୟ ସଠିକ୍ ପ୍ରକ୍ରିୟା ଅନୁସାରେ କାର୍ଯ୍ୟକାରୀ ହେବା ସହ ନିରପେକ୍ଷତା ବଜାୟ ରଖିବାକୁ କେନ୍ଦ୍ର ସରକାର ଚାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।