ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଦାୟୀତ୍ୱ ନିଅନ୍ତୁ ବିଜେପି କାର୍ଯ୍ୟକର୍ତା :ତରୁଣ ଚୁଗ୍‌

ଭୁବନେଶ୍ୱର : ତିନି ଦିନିଆ ଓଡିଶା ଗସ୍ତରେ ଆସିି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ତରୁଣ ଚୁଗ । ଶ୍ରୀ ଚୁଗ୍ ସାଙ୍ଗଠନିକ ସ୍ତରରେ ବିଭିନ୍ନ ବୈଠକରେ ଯୋଗ ଦେଇ ବିଜେପି ନେତୃବୃନ୍ଦଙ୍କ ସହ ଆଗାମୀ ଋଣନୀତି ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ଶ୍ରୀ ଚୁଗ୍ ସାମ୍ବାଦିକ ସମ୍ମିଳନୀରେ ଶାସକ ବିଜେଡି ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । କେନ୍ଦ୍ରୀୟ ଯୋଜନାକୁ କପି ପେଷ୍ଟ କରି ନିଜର ଆତ୍ମ ପ୍ରଚାର କରିବା, କେନ୍ଦ୍ରୀୟ ଅର୍ଥରେ ନିଜ ପୋଷ୍ଟର ମାରି ବାହା ବାହା ନେବା, ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା ଓ କୃଷକ ସମ୍ମାନନିଧିରେ ଚଂଚକତା କରି ବ୍ୟାପକ ଘୋଟଲା ପ୍ରସଙ୍ଗରେ ଶ୍ରୀ ଚୁଗ୍ ରାଜ୍ୟସରକାରଙ୍କୁ ଜବାବ ମାଗିଥିଲେ ।

 ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ସୁଦୃଢ କରିବା ନେଇ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଲେ ତରୁଣ ଚୁଗ୍‌
 ସାଧାରଣ ଜନତାଙ୍କ ସମସ୍ୟାରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିବା ପାଇଁ ଆହ୍ୱାନ ଦେଇଥିଲେ
 ପୃଥକ ପୃଥକ ସାଙ୍ଗଠନିକ ବୈଠକରେ ଆଗାମୀ ଋଣନୀତି ସଂପର୍କରେ ବିସ୍ତୁତ ଆଲୋଚନା
ଓଡିଶା ଗସ୍ତର ପ୍ରଥମ ଦିନରେ ଶ୍ରୀ ଚୁଗ୍ ରାଜ୍ୟ ସଭପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ପରେ ଶ୍ରୀ ଚୁଗ୍ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗ ଦେବା ସହ ଓଡିଶା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ଚୁଗ୍ ପୁରୀ ଜିଲ୍ଲା ବିଜେପି ସାଙ୍ଗଠନିକ ବୈଠକରେ ଯୋଗ ଦେଇ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ବୁଥ୍ ସ୍ତରରେ ପହଂଚାଇବା ନେଇ ଆଲୋଚନା କରିଥିଲେ ।
ଦ୍ୱିତୀୟ ଦିନରେ ଶ୍ରୀ ଚୁଗ୍ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଏକ ବୁଥ୍ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପରେ ଶ୍ରୀ ଚୁଗ୍ ରାଜ୍ୟ କାର୍ଯ୍ୟାଳୟରେ ଅନୁସୂଚିତ ଜାତି ମୋର୍ଚ୍ଚା ପଦାଧିକାରୀଙ୍କ ସହ ମୋର୍ଚ୍ଚାର ଆଗାମୀ ଦିନର ଋଣନୀତି ପ୍ରସ୍ତୁତି ପ୍ରସଙ୍ଗରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ଶ୍ରୀ ଚୁଗ୍ ଜିଲ୍ଲା ପରିଷଦ ଓ ବ୍ଲକ ଚେୟାରମ୍ୟାନ ଏବଂ ଭାଇସ ଚେୟାରମ୍ୟାନଙ୍କ ବୈଠକରେ ଯୋଗ ଦେଇ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେବା ସହ ଦଳୀୟ କାର୍ଯ୍ୟକ୍ରମ ଭିତିରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମତ ରଖିଥିଲେ । ସଂଧ୍ୟାରେ ଶ୍ରୀ ଚୁଗ୍ ଦଳୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗ ଏବଂ ସେଲର ଇନଚାର୍ଜମାନଙ୍କ ସହ ବୈଠକ କରି ସରକାରୀ ଯୋଜନା ଓ ଦଳର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ସାଧାରଣ ଜନତାଙ୍କ ସମସ୍ୟାରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିବା ପାଇଁ ଆହ୍ୱାନ ଦେବା ସହ ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ସୁଦୃଢ କରିବା ନେଇ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ଚୁଗ୍ ।