କାଳିଆ ଯୋଜନା ପ୍ରସଙ୍ଗ : ରାଜ୍ୟପାଳଙ୍କୁ ଭେଟି ଯୋଜନା ସଂର୍ପକରେ ଅବଗତ କଲା ବିଜେପି

ଭୁବନେଶ୍ୱର : କାଳିଆ ଯୋଜନା ନାଁ ରେ ରାଜ୍ୟ ସରକାର ପୁଣିଥରେ ରାଜ୍ୟର କୃଷକମାନଙ୍କୁ ପ୍ରତାରିତ କରିବା ପାଇଁ ଚେଷ୍ଟା କରିଛନ୍ତି । ଯଦି କୃଷକଙ୍କ ପାଇଁ ଆନ୍ତରିକତା ଥାନ୍ତା ତାହାହେଲେ ବଜେଟରେ ବା ପରେ ଅତିରିକ୍ତ ବଜେଟରେ ବ୍ୟୟବରାଦ କରି ଚାଷୀଙ୍କ ପାଇଁ ଯୋଜନା ତିଆରି କରାଯାଇପାରିଥାନ୍ତା । ତାହା ନକରି ଏବେ କଂଟିଜେନ୍ସ ଫଣ୍ଡରୁ ଅର୍ଥ ଆଣି ଯୋଜନା ଚଲାଇବାର ଅର୍ଥ କେବଳ ତରବରିଆ ଭାବେ ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଦୂର ଦୃଷ୍ଟି ବିହୀନ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଯୋଜନାର କ୍ରିୟାନୁୟାନ ହେବା ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟପାଳଙ୍କୁ ଭେଟି ଯୋଜନା ସଂର୍ପକରେ ଅବଗତ କରାଇବା ସହ ହସ୍ତକ୍ଷେପ ଲୋଡିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, କୃଷକମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)