ଲିଙ୍ଗରାଜ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବିଜେପି ର ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଲିଙ୍ଗରାଜ ମଣ୍ଡଳ ବିଜେପି ପକ୍ଷରୁ ସୁନ୍ଦରପଦା ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଆନୁଷଙ୍ଗିକଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ। ପ୍ରଶିକ୍ଷଣ ଶିବିର ରେ ରାଜ୍ୟ ବିଜେପି ର ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ,ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁସିଂ, ଦଳର ମୁଖ ପାତ୍ର ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ପ୍ରଶିକ୍ଷ୍ୟକ ଭାବରେ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ।ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ପ୍ରଶିକ୍ଷଣ କର୍ମଶାଳା ପରିଚାଳନା କରିଥିଲେ। ଲିଙ୍ଗରାଜ ମଣ୍ଡଳ ଅଧୀନରେ ଥିବା ସମସ୍ତ ୱାର୍ଡ ଗୁଡିକର ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ କେନ୍ଦ୍ର ସରକାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନହିତକର କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ଭୋଟର ମାନଙ୍କ ନିକଟରେ ସଚେତନତା କରେଇବାକୁ ପ୍ରଶିକ୍ଷଣ କର୍ମଶାଳା କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଷୟ ଉପରେ ଆଲୋକପାତ ହୋଇଥିଲା ଯଥା ବିଜେପି ର ଇତିହାସ ଏବଂ ବିକାଶ,ବିଚାର ପରିବାର,ବିଜେପି ଏବଂ ଆମର ଦାଇତ୍ୱ,ଭାରତର ବୈଚାରିକମୁଖ୍ୟଧର-ଆମର ବିଚାର ଧାରା,ବେକ୍ତିତ୍ୱ ବିକାଶ,ଗତ ଛଅ ବର୍ଷ ରେ ହୋଇଥିବା ଅନ୍ତଦୋୟି ପ୍ରଯତ୍ନ,ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମ ନିର୍ଭରତା,ସୋସିଆଲ ମିଡ଼ିଆର ପ୍ରଭାବୀ ଉପଯୋଗ,କାର୍ଯ୍ୟ ପଦ୍ଧତି ଏବଂ ସଙ୍ଗଠନ ସରଞ୍ଚନାରେ ଆମର ଭୂମିକା,ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଓ ବିଜେପି ର ଭୂମିକା ଏବଂ ନିର୍ବାଚନ ପରିଚାଳନା।ଏହି କାର୍ଯ୍ୟକ୍ରମ ରେ ଲିଙ୍ଗରାଜ ମଣ୍ଡଳ ର ବିଭିନ୍ନ ୱାର୍ଡ ରୁ ବିଜେପି ର ଶତାଧିକ କର୍ମ କର୍ତ୍ତା ଅଂଶ ଗ୍ରହଣ କରି ଉପସ୍ଥିତ ଥିଲେ।