କାହିଁକି ହାରିଲା ବିଜେପି , ଗ୍ରାଉଣ୍ଡରେ ହେବ ତର୍ଜମା, ପ୍ରଭାରୀଙ୍କ ରିପୋର୍ଟ ପରେ ପୁଣି ବସିବ କୋର କମିଟି

ଭୁବନେଶ୍ବର : ଓଡିଶାରେ ମିଶନ ୧୨୦ ପ୍ଲସ୍ କାହିଁକି ବିଫଳ ହେଲା ସେନେଇ ତର୍ଜମା କରିବ ରାଜ୍ୟ ବିଜେପି  । ପ୍ରତି ଲୋକସଭା ମଣ୍ଡଳୀର ସମୀକ୍ଷା ହେବ । ସମୀକ୍ଷା ବୈଠକରେ ୨ପର୍ଯ୍ୟବେକ୍ଷକ ରହିବେ । ପରାଜିତ ପ୍ରାର୍ଥୀ, ମଣ୍ଡଳ ସଭାପତି, ବୁଥ ସ୍ତରର କର୍ମକର୍ତ୍ତାଙ୍କୁ ନେଇ ବିଧାନସଭା କ୍ଷେତ୍ରରେ ଆସନ୍ତା ୧୬ ଏବଂ ୧୭ତାରିଖ ୨ଦିନ ଧରି ସମୀକ୍ଷା ହେବ । କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବରିଷ୍ଠ ନେତା ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି । ପ୍ରାର୍ଥୀ ମାନେ କାହିଁକି ହାରିଲେ ଷ ଲୋକଙ୍କ ପାଖରେ ଦଳ କାହିଁକି ପହଂଛି ପାରିଲାନି, କେଉଁଠି ତୃଟି ରହିଲା ସେନେଇ କାରଣ ଖୋଜାଯିବ । ଏମିତିକି ଦଳରେ ଅନ୍ତଘାତି କାର୍ଯ୍ୟ ସତରେ ହୋିଛି କି ନା ସେନେଇ ବି ଆଲୋଚନା କରାଯିବ । ତର୍ଜମା ବୈଠକରେ ବୁଥ ସ୍ତରରୁ ଆରମ୍ଭ କରି ମଣ୍ଡଳସ୍ତର ଓ ଜିଲ୍ଲା ସ୍ତରର କର୍ମକର୍ତ୍ତା, ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦାୟୀତ୍ବରେ ଥିବା ନେତା ବି ଉପସ୍ଥିତ ରହି ସେମାନଙ୍କ ମତ ରଖିବେ । ଏହି ବୈଠକର ରିପୋର୍ଟ ପର୍ଯ୍ୟବେକ୍ଷକମାନେ ରାଜ୍ୟ କମିଟିକୁ ରିପୋର୍ଟ ଦେବେ । ଏହା ପରେ ପୁଣି ଥରେ ରାଜ୍ୟ କୋର କମିଟି ବୈଠକରେ ମିଶନ ବିଫଳତା ନେଇ ଆଲୋଚନା ହୋଇ ପୁଣି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।