ରାଜ୍ୟ ବିଜେପିର ୩୪ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର ଓ କଳାହାଣ୍ଡି ସାଙ୍ଗଠନିକ ଜିଲ୍ଲାର ଅଙ୍କ ଛିଣ୍ଡିନି,ସଭାପତି ତାଲିକାରେ ୪ ବିଧାୟକ, ୨ ପୂର୍ବତନ ବିଧାୟକ

ଭୁବନେଶ୍ୱର  : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଘୋଷଣା କରିଛନ୍ତି ।

ରାଜ୍ୟ ବିଜେପି ୩୪ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା
ଭୁବନେଶ୍ୱର ଓ କଳାହାଣ୍ଡି ସାଙ୍ଗଠନିକ ଜିଲ୍ଲାର ଅଙ୍କ ଛିଣ୍ଡିନି
ସଭାପତି ତାଲିକାରେ ୪ ବିଧାୟକ, ୨ ପୂର୍ବତନ ବିଧାୟକ
ଜଗତସିଂହପୁର ଓ ଯାଜପୁରରେ ସଭାପତି ହେଲେ ରିପିର୍ଟ
୩୨ ଜିଲ୍ଲାରେ ନୂଆ ନେତା ଧରିଲେ ଦଳର ମଙ୍ଗ

ଜିଲ୍ଲା ସଭାପତିମାନେ ହେଲେ

ଅନୁଗୁଳ – ଦିଲେଶ୍ୱର ପ୍ରଧାନ,

ଢେଙ୍କାନାଳ- ନରେଶ ମହାପାତ୍ର,

କଟକ ନଗର-ଲଲାତେନ୍ଦୁ ବଡୁ

କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା

ଜଗତସିଂହପୁର- ସତ୍ୟବର୍ତ ମହାପାତ୍ର,
କେନ୍ଦ୍ରାପଡା- କିଶୋର ପଣ୍ଡା

ଯାଜପୁର- ଗୌତମ ରାୟ

ଭଦ୍ରକ- ହେମନ୍ତ ପାଢୀ

ବାଲେଶ୍ୱର- ଉମାକାନ୍ତ ମହାପାତ୍ର,
ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ

ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ

କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା

ସୁନ୍ଦରଗଡ(ବଣାଇ)- ଅନୀଲ ବାର୍ଲା

ସୁନ୍ଦରଗଡ (ପାନପୋଷ)– ଲତିକା ପଟ୍ଟନାୟକ

ସୁନ୍ଦରଗଡ-ବିଧାୟକ ଭବାନୀ ଭୋଇ

ଝାରସୁଗୁଡା- ମଙ୍ଗଳ ସାହୁ

ଦେବଗଡ- ମୀନ କେତନ ପ୍ରଧାନ

ସମ୍ବଲପୁର- ଗିରିଶ ପଟେଲ
ବରଗଡ– ଅଶ୍ୱନୀ ଷଡଙ୍ଗୀ

ବୌଦ୍ଧ– ବିପ୍ର ଚରଣ ମହାନ୍ତି

ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର

ବଲାଙ୍ଗୀର- ଶିବାଜୀ ମହାନ୍ତି

ନୂଆପଡା- ସୁବ୍ରତ ଠାକୁର

କନ୍ଧମାଳ- ଜଗନ୍ନାଥ ସାହୁ

ନବରଙ୍ଗପୁର- ଜଗଦୀଶ ବିଶୋଇ

କୋରାପୁଟ- ସୁମନ୍ତ ପ୍ରଧାନ
ମାଲକାନଗିରି- ବିଧାୟକ ଆଦିତ୍ୟ ମାଢୀ

ରାୟଗଡା- ଶିବ ପଟ୍ଟନାୟକ

ଗଜପତି- ବିଧାୟକ କେ. ନାରାୟଣ ରାଓ,
ଗଂଜାମ-ବିଭୂତି ଜେନା

ଗୁମୁସର- ଗୋକୁଳାନନ୍ଦ ମଲ୍ଲିକ

ନୟାଗଡ-ଲାଲା ମନୋଜ ରାୟ

ଖୋର୍ଦ୍ଧା- ରଶ୍ମି ରଂଜନ ମହାପାତ୍ର

ପୁରୀ- ଆଶ୍ରିତ ପଟ୍ଟନାୟକ  ।
(ବିଜେପି ମିଡିଆ ସେଲ୍‌)