୨ ଲୋକସଭା ଓ ୯ ବିଧାନସଭା ସିଟ ଲାଗି ପ୍ରାର୍ଥୀ ଗୋଷଣା କଲା ବିଜେପି

କଟକରୁ ପ୍ରକାଶ ମିଶ୍ର, କନ୍ଧମାଳରୁ ଖାରବେଳ ସ୍ବାଇଁ ଏମପି ପ୍ରାର୍ଥୀ

ଭୁବନେଶ୍ବର : ବିଜେପି ତୃତୀୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଦୁଇଟି ଲୋକସଭା କଟକ ଏବଂ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କନ୍ଧମାଳରୁ ଐର ଖାରବେଳ ସ୍ବାଇଁ ଏବଂ କଟକରୁ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ୯ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।  ଝାରସୁଗୁଡ଼ାରୁ ଦୀନେଶ ଜୈନ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରୀପୋଖରୀରୁ ବଦ୍ରିନାରାୟଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ, ପାରାଦୀପରୁ ସଂପଦ ସ୍ବାଇଁ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ବରଞ୍ଜନ ବଡ଼ଜେନା, ବେଗୁନିଆରୁ ରିଷଭ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି।