ବିଶ୍ୱଭୁଷଣଙ୍କୁ ରାଜ୍ୟ ବିଜେପିର ଅଭିନନ୍ଦନ

ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ହେବେ ଆନ୍ଧ୍ରର ରାଜ୍ୟପାଳ ଭୁବନେଶ୍ୱର : ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଆଜି ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ଓଡିଶା ପାଇଁ ଅତି ଗର୍ବର କଥା । ଓଡିଶାର ରାଜନୀତି...

ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ହେବେ ଆନ୍ଧ୍ରର ରାଜ୍ୟପାଳ

ଭୁବନେଶ୍ୱର : ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଆଜି ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ଓଡିଶା ପାଇଁ ଅତି ଗର୍ବର କଥା । ଓଡିଶାର ରାଜନୀତି ଓ ସାମାଜିକ ଜିବନରେ ବିଶ୍ୱଭୁଷଣ ହରିଚନ୍ଦନଙ୍କର ଅବଦାନ ରହିଛି ଓ ରହିବ । ପଡୋଶୀ ଆନ୍ଧ୍ର ସହ ଓଡିଶାର ଭାବଗତ ସର୍ମ୍ପକ ରହିଛି । ବିଶ୍ୱଭୁଷଣ ବାବୁ ଏଥିରେ ସେତୁ ଭଳି କାମ କରିବେ । ଭାରତୀୟ ଜନତା ପାର୍ଟି ପାଇଁ ଏହା ଖୁସି ଓ ଗୌରବର କଥା । ଦଳ ତରଫରୁ ଦଳର ସଭାପତି ବସନ୍ତ ପଣ୍ଡା ଓ ବିରୋଧି ଦଳର ନେତା ପ୍ରଦୀପ୍ତ ନାୟକ ବିଶ୍ୱଭୁଷଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଓଡିଶାର ଇତିହାସରେ ପ୍ରଥମ ଥର ପାଇଁ ଏକା ସମୟରେ ଦୁଇ ଜଣ ଓଡିଆ ଦୁଇଟି ରାଜ୍ୟରେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅମଳରେ ଓଡିଶାକୁ ପ୍ରାଧାନ୍ୟ ମିଳୁଛି । ପୁର୍ବରୁ ଦୌପ୍ରଦି ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଭାବେ ବାଛିଥିଲେ । ଏବେ ବିଶ୍ୱଭୁଷଣ ହରିଚନ୍ଦନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ଓଡିଆଙ୍କ ମନରେ ଗର୍ବ ଆଣିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କୁ ଶ୍ରୀ ପଣ୍ଡା ଓ ଶ୍ରୀ ନାୟକ ଧନ୍ୟବାଦ ଜଣାଇଛନ୍ତି ।

(ବିଜେପି ମିଡିଆ ସେଲ୍)

Spread the love
Categories
ଅଧିକ ଖବର

RELATED BY