ରାଜ୍ୟ ବିଜେପି ପକ୍ଷରୁ ପାଳନ ହେଲା ଗାନ୍ଧି ଜୟନ୍ତୀ

କଟକ:ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ବିଜେପି ତରଫରୁ କଟକର ତେଲେଙ୍ଗାପେଣ୍ଠରେ ଗାନ୍ଧି ମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ହେଉଛି ମହାତ୍ମା ଗାନ୍ଧିଙ୍କ ୧୫୦ତମ...

କଟକ:ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ବିଜେପି ତରଫରୁ କଟକର ତେଲେଙ୍ଗାପେଣ୍ଠରେ ଗାନ୍ଧି ମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ ।

ଆଜି ହେଉଛି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ସାରା ଦେଶରେ ଗାନ୍ଧିଜୟନ୍ତୀଙ୍କୁ ଧୂମଧାମରେ ପାଳନ କରାଯାଉଛି । ସେହିପରି କଟକର ତେଲେଙ୍ଗାପେଣ୍ଠଠାରେ ରାଜ୍ୟ ବିଜେପି ତରଫରୁ ଗାନ୍ଧି ଜୟନ୍ତୀ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାନ୍ଧି ସ୍ମୃତି ପାର୍କରେ ମହାତ୍ମାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ସମିର ମହାନ୍ତି, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଆଦି ଉପସ୍ଥିତ ରହିଥିଲେ ।

ମାଲ୍ୟାର୍ପଣ ପରେ କେନ୍ଦ୍ରମନ୍ତ୍ରୀ ଗାନ୍ଧି ସ୍ମୃତି ପୀଠରେ ଥିବା ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହାପରେ ଗାନ୍ଧି ଓଡିଶା ଗସ୍ତରେ ଯେଉଁ ବରଗଛ ତଳେ ସଭା କରିଥିଲେ  ସେଠାରେ ଥିବା ଗାନ୍ଧି ସ୍ମୃତିଫଳକରେ ସେ ପୂଜାର୍ଚ୍ଚନା କରିଥିଲେ । ଏହାସହ ଏଠାରୁ ନିଶା ନିବାରଣ ଓ ପ୍ଲାଷ୍କିକ ବର୍ଜନର ନାରା ଦେଇ ରାଜ୍ୟ ବିଜେପିର ଗାନ୍ଧି ସଂକଳ୍ପ ପଦଯାତ୍ରାର ଶୁଭାରମ୍ଭ ମଧ୍ୟ ହୋଇଥିଲା । ଏହି ପଦଯାତ୍ରା ବାଳିସାହି ପର୍ଯ୍ୟନ୍ତ ହୋଇଥିଲା  ।

Spread the love
Categories
ଓଡିଶା

RELATED BY