ସିଏଏ ବା ନାଗରିକ ସଂଶୋଧନ ଆଇନକୁ ବିରୋଧ କରି କଂଗ୍ରେସ ଦଳ ପାକିସ୍ତାନର ଭାଷା କହୁଛି : ଧର୍ମେନ୍ଦ୍ର ପ୍ରଧାନ

କଟକ :  ସିଏଏ ବା ନାଗରିକ ସଂଶୋଧନ ଆଇନକୁ ବିରୋଧ କରି କଂଗ୍ରେସ ଦଳ ପାକିସ୍ତାନର ଭାଷା କହୁଛି, ଦେଶରେ ଅଶାନ୍ତି ସୃଷ୍ଟି ପାଇଁ କଂଗ୍ରେସ ହିଁ ଦାୟୀ ।  ସିଏଏ କୁ ବିରୋଧ କରି କଂଗ୍ରେସ ସମେତ କିଛି ବିରୋଧୀ ତତ୍ବ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ବିଜେପିର ନାଗରିକତା ଆଇନ୍‌ ସପକ୍ଷରେ  ଜନଜାଗରଣ ଅଭିଯାନରେ ସାମିଲ ହୋଇ ସୋମବାର କଟକରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସିଏଏ ବା ନାଗରିକ ସଂଶୋଧନ ଆଇନ୍‌ ସପକ୍ଷରେ ବିଜେପିର ଜନଜାଗରଣ ଅଭିଯାନ । କଟକରେ ବିଶାଳ ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନେ ବର୍ଷ ବର୍ଷ ଧରି ଦେଶର ନାଗରିକତା ପାଇବା ପାଇଁ ସଂଘର୍ଷ କରୁଥିଲେ ସେମାନେ ନାଗରିକ ସଂଶୋଧନ ଆଇନ୍‌ ଦ୍ବାରା ଉପକୃତ ହେବେ । କଂଗ୍ରେସ ସମେତ କିଛି ବିରୋଧୀ ତତ୍ବ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସିଏଏ ବା ନାଗରିକ ସଂଶୋଧନ ଆଇନକୁ ବିରୋଧ କରି କଂଗ୍ରେସ ଦଳ ପାକିସ୍ତାନର ଭାଷା କହୁଛି, ଦେଶରେ ଅଶାନ୍ତି ସୃଷ୍ଟି ପାଇଁ କଂଗ୍ରେସ ହିଁ ଦାୟୀ ।
ଓଡିଶାରେ ସିଏଏ ଉପରେ ହେଉଥିବା ଜନଜାଗରଣକୁ ଅଭୁତପୂର୍ବ ଜନସମର୍ଥନ ମିଳୁଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ କିଛି ଅରାଜକ ତତ୍ୱ ଏକ ଭ୍ରମ ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ସିଏଏ ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାର କରାଯାଉଛି । ତେଣୁ ସିଏଏ ଉପରେ ସ୍ପଷ୍ଟତା ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି । ସିଏଏ ସଂଖ୍ୟାଲଘୁ ମାନଙ୍କୁ ଭାରତରେ ନାଗରିକତା ଦେବାର ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।

ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକରେ ଆୟୋଜିତ ବିଶାଳ ଦଳୀୟ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । କଟକରେ ବିଜେପିର ଏହି ଶୋଭାଯାତ୍ରାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । ବିଜେପିର ଏହି ବିଶାଳ ଶୋଭାଯାତ୍ରାରେ କଟକ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରା ଚାଲିଥିବା ବେଳେ ବାଟରେ ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ବର୍ଗର ଲୋକମାନେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତୃମଣ୍ଡଳୀକୁ ସ୍ବାଗତ କରିଥିଲେ । ପଦଯାତ୍ରା ସହରର କଲେଜ ଛକରୁ ବାହାରି ରାଣୀହାଟ, ବଜ୍ରକବାଟୀ ରୋଡ୍, ଦୋଳମୁଣ୍ଡାଇ, ବାଦାମବାଡି ଦେଇ ଶେଷରେ ଖାନନଗର ଯାଏଁ ପରିକ୍ରମା କରଥିଲା ।