ପଂଚମ ଅଟଳ ସମ୍ମାନରେ ସମ୍ମାନୀତ ହେବେ  ଡ. ନବକିଶୋର ରାଉତ

ଭୁବନେଶ୍ୱର : ଡିସେମ୍ବର ୨୫ ତାରିଖରେ ସାରା ଭାରତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଏଭଳି ଜଣେ ମହାନ ରାଷ୍ଟ୍ରଭକ୍ତଙ୍କ ଜନ୍ମ ଦିବସକୁ ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପାଳନ କରାଯିବ । ଏହି ଅବସରରେ ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଆସନ୍ତା ୨୫ ତାରିଖରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ‘ଅଟଳ ସମ୍ମାନ-୨୦୨୦’ କାର୍ଯ୍ୟକ୍ରମ ନିରାଡମ୍ବାର ଭାବେ କୋଭିଡ୍ ନିୟମକୁ ପାଳନ କରି ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ ସୁଚନା ଦେଇଛନ୍ତି ।

ଶ୍ରୀ ନାୟକ ସୁଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଅବସରରେ ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଟଳ ସମ୍ମାନ ପ୍ରଦାନ କରାଯିବ । ଏହା ବ୍ୟତୀତ “ଅଟଳ କବିତା ସମ୍ମାନ” ଓ “ଅଟଳ ସମାଜସେବୀ ସମ୍ମାନ”ରେ ଦୁଇ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ୍‌ୁ ସମ୍ମାନୀତ କରାଯିବ ବୋଲି ଶ୍ରୀ ନାୟକ ସୁଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକଙ୍କ ସମେତ ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସହ ସଂଯୋଜକ ସଂଜିବ କୁମାର ମିଶ୍ର, ଅର୍ଚନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।