ବିନା ପାରିଶ୍ରମିକରେ ସେବା ଯୋଗାଇବେ ବିଜେଡି ପରାମର୍ଶଦାତା

ଭୁବନେଶ୍ଵର : ରାଜ୍ୟବାସୀଙ୍କ ପାଇଁ ବିନା ପାରିଶ୍ରମିକରେ ସେବା ଯୋଗାଇବେ ବୋଲି ଆଜି ବିଜେଡି ପରାମର୍ଶଦାତାମାନେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ପରାମର୍ଶଦାତାମାନେ ସୂଚନା ଦେଇଛନ୍ତି। 

ରାଜ୍ୟରେ ବିଜେଡି ସରକାର ଗଠନ ପରେ ବିଭିନ୍ନ ବିଭାଗରେ ଅଧିକାରୀମାନଙ୍କୁ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଥିଲା। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ରଖାଯାଇଥିଲା। କିନ୍ତୁ ଆଜି ବିଜେଡି ପରାମର୍ଶଦାତାମାନେ ବିନା ପାରିଶ୍ରମିକରେ ରାଜ୍ୟବାସୀଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବିଭିନ୍ନ ବିଭାଗରେ ନିଯୁକ୍ତ ଦେଇ ପୁଣି ଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ରାଜ୍ୟବାସୀଙ୍କୁ ସେବା ଯୋଗାଇବାକୁ ସେମାନେ ପାରିଶ୍ରମିକ ନେବେନି ବୋଲି କହିଛନ୍ତି।