ସରିଲା ପଞ୍ଚଦଶ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ପଂଚଦଶ ବିଧାନସଭାର ଶେଷ ଅଧିବେଶନ ଶନିବାର ଶେଷ ହୋଇଛି। ଏଥି ସହିତ ବିଧାନସଭା ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ନିର୍ଦ୍ଧାରିତ କାର‌୍ୟ୍ୟ ଦିବସର ୨ ଦିନ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଛି। ଫେବ୍ରୁଆରି ୪ ରୁ ଏହି ଅଧିବେଶନ ୧୨ ତାରିଖ ପର‌୍ୟ୍ୟନ୍ତ ଚାଲିବାର ଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ୍‌ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ ପରି ସରକାରଙ୍କ ସଫଳତାର ବୟାନ କରିଥିଲେ।
ରାଜ୍ୟପାଳ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ, ବିଜୁ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି। ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢ଼େଇ ଜାରି ରହିଥିବା ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ରାଜ୍ୟରେ ଏକନମ୍ବର ସ୍ଥାନ ପାଇ ପରିଛି। ସେହିପରି ଚାଷୀଙ୍କ ଆୟ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨ ଗୁଣ ହୋଇଥିବା ବେଳେ ଆସନ୍ତା ଏପ୍ରିଲରୁ ଶୂନ୍ୟ ପ୍ରତିଶତ ସୁଧରେ ଚାଷୀମାନଙ୍କୁ ଋଣ ପ୍ରଦାନ କରାଯିବ।
ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ୪ ମାସ ପାଇଁ ୭ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି।