ଏଥର ବିଧାନସଭାରେ ହେବ ଅନଲାଇନ୍ ଫାଇଲ ଓ ଦସ୍ତାବିଜ୍ କାର୍ଯ୍ୟ

୨୦ଦିନ ମଧ୍ୟରେ ବିଧାନସଭାକୁ ସମ୍ପୂର୍ଣ୍ଣ ୱାଇଫାଇ ବ୍ୟବସ୍ଥା

ଭୁବନେଶ୍ୱର: ଏଥର ବିଧାନସଭା ମଧ୍ୟରେ ମମସ୍ତ ଦସ୍ତାବିଜ୍ ଓ ଫାଇଲ କାର୍ଯ୍ୟ ଅନଲାଇନ ଯୋଗେ କରାଯିବ । ଏଥିପାଇଁ ୨୦ଦିନ ମଧ୍ୟରେ ପୂରା ବିଧାନସଭାକୁ ୱାଇଫାଇ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବିଧାନସଭାକୁ ୱାଇଫାଇ କରିବା ପାଇଁ ସମସ୍ତ ଯୋଜନା ସରିଛି। ଏହାସହ ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଛି।

ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ନିର୍ମିତ ନୂତନ ହଲ୍‌ରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଲଗାଯିବ। ଓଡ଼ିଶା ଷ୍ଟେଟ୍‌ ୱାଇଡ୍‌ ନେଟୱାର୍କର କର୍ମକର୍ତାଙ୍କ ସହ ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗରେ ଏହି ନିଷ୍ପତି ହୋଇଛି।