୧୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ୧୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । ଡିସେମ୍ବର ୧୭ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏଥିରେ ୨୩ଟି କାର୍ଯ୍ୟ ଦିବସ ରହିଛି । ପୂର୍ବରୁ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ଗୃହୀତ ହୋଇସାରିଛି । ଏଫ୍ଆର୍ଆରବିଏମ୍ ଆଇନ ଅନୁସାରେ, ଦ୍ୱିତୀୟ ଅତିରିକ୍ତ ବଜେଟ୍ ଆଗତର ବ୍ୟବସ୍ଥା ନାହିଁ । ସରକାର ଚାହିଁଲେ ଅଧ୍ୟାଦେଶ ଆଣି ବା ସଂଶୋଧନ କରି ଦ୍ୱିତୀୟ ଅତିରିକ୍ତ ବଜେଟ୍ ଆଣିପାରିବେ ।

ଚଳିତ ବର୍ଷ ପାଇଁ ବିଧାନସଭା ଅଧିବେଶନର ଆହୁରି ୨୩ ଦିନ ବାକି ରହିଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠାରୁ ବଡ଼ ଅଧିବେଶନ ହେବ । ଏଣୁ ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ଟକ୍କର ଦେବା ଲାଗି ଯୋଜନା କରିବେ । ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ବାକି ରହିଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ଗୃହୀତ କରିବା ଲାଗି ପଦକ୍ଷେପ ନେବାର ସମ୍ଭାବନା ରହିଛି । ତେବେ ଏହି ଅଧିବେଶନ ପାଇଁ ଏବେ ହକି ବିଶ୍ୱକପ୍ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । କାରଣ ଉଭୟ ବିଧାନସଭା ଓ ହକି ବିଶ୍ୱକପ୍ ପାଇଁ ସୁରକ୍ଷା ଯୋଗାଇବାକୁ ରାଜ୍ୟ ପୁଲିସ ପାଇଁ ସମସ୍ୟାର କାରଣ ହୋଇପାରେ । ଏଭଳି ସ୍ଥିତିରେ ଅଧିବେଶନକୁ ହକି ବିଶ୍ୱକପ୍ ପୂର୍ବରୁ ଶେଷ କରାଯାଇପାରେ ବୋଲି କୁହାଯାଉଛି ।