୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ, ଡିସେମ୍ବର ୩୧ ଯାଏଁ ଚାଲିବ

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୦ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ।

ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ବର୍ଷ ୨୦୨୦-୨୧ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । ନଭେମ୍ବର ୩୦ ରାସ ପୂର୍ଣ୍ଣିମା (କାର୍ତ୍ତିକ ପୂର୍ଣ୍ଣିମା) ଓ ଡିସେମ୍ବର ୨୫ ବଡ଼ଦିନ ପାଇଁ ବିଧାନସଭା ବନ୍ଦ ରହିବ ।
ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଏହି ଅତିରିକ୍ତ ବଜେଟ ପରେ ରାଜ୍ୟ ବଜେଟର ଆକାର ୧ ଲକ୍ଷ ୪୭ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ଫଳରେ ଆଗାମୀ ଅତିରିକ୍ତ ବଜେଟ ପରେ ବଜେଟର ଆକାର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

ତେବେ କରୋନା କଟକଣା ମଧ୍ୟରେ ଗତ ଅକ୍ଚୋବର ୬ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଥିଲା। କୋଭିଡ କଟକଣା ଭିତରେ ସମସ୍ତ ଗାଇଡ଼ଲାଇନକୁ ମାନି ଅଧିବେଶନ କରାଯାଇଥିଲା।

odisha assembly winter session start from 2oth November