ଆଜିଠୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର:ଆଜିଠାରୁ ଷୋଡଶ ବିଧାନସଭାରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ଏହା ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । 

ଆଜି ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ଉପସ୍ଥାପନ କରିବେ । ତେବେ ବିରୋଧୀମାନେ ମଧ୍ୟ ସରକାରଙ୍କୁ ଘେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ନିକଟରେ ଘଟିଥିବା ବିଭିନ୍ନ ପ୍ରସଙ୍ଗରେ ସେମାନେ ସରକାରଙ୍କୁ ହରଡଘଣାରେ ପକାଇବା ପାଇଁ କସରତ ଚଳାଇଛନ୍ତି । 

ଆଜି ପ୍ରଥମେ ସକାଳ ୧୦ଟାରେ ବିଧାନସଭାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ମାମଲା, ପିଏମଏୱାଇ କେଳେଙ୍କାରୀରେ ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ତେବେ ପ୍ରଥମ ଦିନରୁ ହିଁ  ବିରୋଧୀଙ୍କ ହଟଗୋଳରେ ଗୃହ କମ୍ପିବ ବୋଲି ଆଭାସ ମିଳୁଛି ।