ଭୁବନେଶ୍ୱର: ମାର୍ଚ୍ଚ ୨୯ ଯାଏଁ ସ୍ଥଗିତ ରହିବ ଓଡିଶା ବିଧାନସଭା ବଜେଟ ଅଧିବେଶନ। ଏନେଇ ପ୍ରସ୍ତାବ ଆଣିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କୋରୋନା ଯେଉଁଭଳି ଭାବରେ ବ୍ୟାପୁଛି ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖିଛନ୍ତି। ମାର୍ଚ୍ଚ ୩୧ ଯାଏ ସବୁ ସ୍କୁଲ, ସିନେମା ହଲ, ସୁଇମିଂ ପୁଲ ବନ୍ଦ ରଖାଯାଇଛି।
କରୋନା ପାଇଁ ମାର୍ଚ୍ଚ ୩୦ ଯାଏଁ ବିଧାନସଭାକୁ ମୁଲତବି ଘୋଷଣା କରାଯାଇଛି। ଏନେଇ ଆଜି ବିଧାନସଭାରେ ମୁଖ୍ୟ ସଚେତକ କହିଥିଲେ ଯେ ବିପର୍ୟ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ୟ୍ୟୟ ଭାବେ କରୋନାକୁ ଘୋଷଣା କରାଯାଇଛି । ତେଣୁ ମାର୍ଚ୍ଚ ୩୦ ଯାଏଁ ବିଧାନସଭା ସ୍ଥଗିତ ରଖିବାକୁ ମୁଖ୍ୟ ସଚେତକ ଗୃହରେ ପ୍ରସ୍ତାବ ଦେଇଥିଲେ।
ମୁଖ୍ୟ ସଚେତକଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ହେଲେ, ଏହାକୁ ବିରୋଧ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏହାପରେ ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଥିଲା। ସୂଚନାଯୋଗ୍ୟ, ଚଳିତ ବଜେଟ ଅଧିବେଶନ ଏପ୍ରିଲ ୯ ଯାଏଁ ଚାଲିବାକୁ ଧାର୍ୟ୍ୟ ହୋଇଛି।
ଏଣେ କରୋନା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ ଜ୍ଝ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଜ୍ଝ କରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ଦେଇ କରୋନାକୁ ରାଜ୍ୟ ବିପର୍ୟ୍ୟୟ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ଜ୍ଝ