ଭୁବନେଶ୍ବର : ପଞ୍ଚଦଶ ବିଧାସଭାର ଶେଷ ଦିନ । ବିଧାନସଭାର ଅନ୍ତିମ କାର୍ଯ୍ୟ ଦିବସ ହୋଇଥିବାରୁ ଏକ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ଫଟୋସେସନ ବେଳେ ଅନେକ ନେତା ସେମାନଙ୍କ ୫ ବର୍ଷର ଅନୁଭୁତି ସାଉଣ୍ଟିବାକୁ ଚେଷ୍ଟାକରିଥିଲେ ।
ପୁଣି ଜିତିଲେ ଏଇଠି ହେବ ଦେଖା। କିଏ ଫେରିବେ ଆଉ କିଏ ଫେରିବେନି । ଏ ୫ ବର୍ଷର ଲୀଳାଖେଳା କାର୍ଯ୍ୟକଳାପ ସରିଲା । ପୁଣି ଜନତାଙ୍କ ସାର୍ଟିଫିକେଟ ଦରକାର । ସରିଛି ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ। ତା ପୂର୍ବରୁ ଏକାଠି ହୋଇଛନ୍ତି ସମସ୍ତ ସଦସ୍ୟ । ଆଜି ଫଟୋ ସେସନରେ ଏକାଠି ହୋଇଥିଲେ ଶାସକ ବିରୋଧୀ। ଏଠି କିନ୍ତୁ ନଥିଲା ଶାସକ ବିରୋଧୀର ପାର୍ଥକ୍ୟ। ପରସ୍ପରକୁ ଆଲିଙ୍ଗନ କରି ଅଭୁଲା ସ୍ମୃତିକୁ ମନେପକାଇଛନ୍ତି ବିଧାୟକ ଓ ମନ୍ତ୍ରୀ ଗଣ ।,ଅନେକ ଏହି ୫ ବର୍ଷର ଅନୁଭୁତିକୁ ନେଇ ଭାବବିହ୍ବଳ ହୋଇଥିଲେ।