ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ବିଧାନସଭାରେ ଉଠାଇଲେ ହୀରାକୁଦ ବନ୍ଧ କ୍ଷତି ଗସ୍ତ ୧୯ ଗାଁର ସମସ୍ୟା

ଭୁବନେଶ୍ୱର : ହୀରାକୁଦ ବନ୍ଧ ହେଲା । ସାରା ରାଜ୍ୟର ଲୋକେ ଉପକାର ପାଇଲେ । ହେଲେ ହୀରାକୁଦ ବନ୍ଧ ନିର୍ମାଣରେ କ୍ଷତି ସହିଥିବା ଲୋକଙ୍କ ସମସ୍ୟା ଆଜିବି ଯାଇନି । ବ୍ରଜରାଜନଗର ଅଂଚଳର ୧୯ ଖଣ୍ଡ ଗାଁ ଲୋକେ ଆଜିବି ନ୍ୟାୟ ପାଇବାକୁ ଚାହିଁଛନ୍ତି ହେଲେ କିଛି ଫଳ ମିଳୁନି । ଛତିଶଗଡ଼ ବ୍ୟାରେଜ ପାଣି ଛାଡିବାରୁ ମହାନଦୀରେ ବନ୍ୟା ହେଲା । ଲୋକଙ୍କ ଫସଲ ଉଜୁଡିଲା । ହେଲେ ଲୋକଙ୍କୁ କ୍ଷତି ପୂରଣ ମିଳିଲାନି । ସରକାରଙ୍କ ତ୍ରୁଟି ପୂର୍ଣ୍ଣ ନୀତି ଯୋଗୁଁ ସେମାନଙ୍କୁ ମିଳିଥିବା ଜମି କାଗଜପତ୍ର ନ ମିଳିବାରୁ ସରକାରୀ ସହାୟତା ସେମାନେ ପାଉନାହାନ୍ତି । ସରକାର ସେମାନଙ୍କ କଥା ବୁଝନ୍ତୁ । ନହେଲେ ୧୯ଟି ଗାଁ ଲୋକ ଏବେ ଛତିଶଗଡରେ ମିଶିବାକୁ କହିଲେଣି । ହୀରାକୁଦ ବନ୍ଧ କ୍ଷତି ସହିଥିବା ୧୯ ଖଣ୍ଡ ଗାଁ ଲୋକଙ୍କ ସମସ୍ୟା କୁ ଏମିତି ଢଙ୍ଗରେ ବିଧାନସଭାରେ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ଓଡିଶାକୁ ନ ଜଣାଇ ମନଇଛା ପାଣି ଚାଡ଼ିଦେଉଛି I ଫଳରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ୧୯ ମୌଜାର ପ୍ରାୟ ୨୫, ୦୦୦ ଲୋକ ବିପଦରେ ଅଛନ୍ତି I ଏବେବେ ଅଧିକାଂଶ ଗାଁରୁ ପାଣି ଛାଡି ନାହିଁ I ବାରମ୍ବାର ଜଣାଇଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ I ଏହି ସମ୍ବେଦନଶିଳ ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହୋଇଛି I

ଗୁରୁବାର ଶୂନ୍ୟ କାଳରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଏହି ପ୍ରସଙ୍ଗ ଉଠାଇଥିଲେ I ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ମହାନ୍ତି କହିଥିଲେ, ମହାନଦୀ ବନ୍ୟା ଜଳ ପରିଚାଳନା ଓ ସମନ୍ୱୟ ରକ୍ଷା ପାଇଁ ବହୁ ପୂର୍ବରୁ ନୀତି ନିର୍ଧାରଣ ହୋଇଛି I ଏହାକୁ ଉଭୟ ଓଡିଶା ଓ ଛତିଶଗଡ ମାନିବାକୁ ବାଧ୍ୟ I ହେଲେ ତାହା ନ ମାନି ଛତିଶଗଡର ଦୌରାତ୍ମ୍ୟ ଜାରି ରହିଛି I ଓଡିଶାକୁ ନ ଜଣାଇ ମନଇଛା ପାଣି ଚାଡ଼ିଦେଉଛି I ୫ ଦିନ  ତଳେ ପାଣି ଛାଡି ଦେଇଥିଲା I ଫଳରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ କନକତୁରା ଓ ଗଣ୍ଡ ଘୋରା ଅଞ୍ଚଳର ୧୯ ମୌଜାର ପ୍ରାୟ ୨୫, ୦୦୦ ଲୋକ ପାଣି ଘେରରେ ଅଛନ୍ତି I କିଛି ଗାଁକୁ ଛାଡି ଦେଲେ ଏବେବି  ଅଧିକାଂଶ ଗାଁରୁ ପାଣି ଛାଡି ନାହିଁ I ବାରମ୍ବାର ଜଣାଇଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ I କେବଳ ନିଜ ଭିଟାମାଟି ନୁହେଁ, ଚାଷ ଜମିରେ ମଧ୍ୟ ବାଲିଚର ହୋଇଯାଇଛି I

ଶ୍ରୀ ମହାନ୍ତି କହିଥିଲେ, ଛତିଶଗଡ ପାଣି ଛାଡ଼ିବା ଯୋଗୁଁ ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଆସିଥିଲା I ଇବ ନଦୀର ଜଳ ପତ୍ତନ ବି ଅଚାନକ ବଢ଼ି ଯାଇଥିଲା I ବିନା ବର୍ଷା ଓ ବିନା ପୂର୍ବ ସୂଚନାରେ ମନୁଷ୍ୟକୃତ ବନ୍ୟା ଆସିଥିଲା I ଏହା ସତ୍ୱେ ବି କୃଷି ଅଧିକାରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇ ନାହାନ୍ତି I ତେଣୁ ଜଳ ସମ୍ପଦ ବିଭାଗ ତୁରନ୍ତ ସାର୍ଵଜମିନ ତଦନ୍ତ କରି ଲୋକଙ୍କୁ କ୍ଷତିପୂରଣ ଦେବା ସହ ଛତିଶଗଡ ସରକାରଙ୍କୁ ଜଣାନ୍ତୁ ବୋଲି ସେ ଦାବି କରିଥିଲେ I ଶ୍ରୀ ମହାନ୍ତିଙ୍କ ଏହି ପ୍ରସଙ୍ଗକୁ ବିରୋଧୀ ସଦସ୍ୟ ମାନେ ସମର୍ଥନ କରିଥିଲେ I